ଜଳେଶ୍ୱର ପୌରପରିଷଦରେ ୯୮ଟି ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ମୁରଲୀ କଲ୍ୟାଣ ମଣ୍ଡପ ପରିସରରେ ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୩ଟି ବସ୍ତିର ୯୮ଜଣ ହିତାଧିକାରୀମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ପୌରପରିଷଦର ୧୫ନଂ ୱାର୍ଡର ନହଞ୍ଜରା ସିମୁଳି ପଦାସାହିର ୨୬ଜଣ, ୧୦ନଂ ୱାର୍ଡର ଢାପୁଆ ପଦାସାହୀର ୧୩ଜଣ ଓ ୮ନଂ ୱାର୍ଡ ପଶ୍ଚୁଘଣ୍ଟା ପଦାସାହିର ୫୯ଜଣ ହିତାଧିକାରୀ ଏହି ଯୋଜନାରେ ପ୍ରମାଣପତ୍ର ପାଇବାପାଇଁ ପ୍ରଥମ ପର୍ଯ୍ୟୟରେ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ପୌରପରିଷଦ ନିର୍ବାହୀ ଅଧିକାରୀ ଗିରିଧାରୀ ବାରିକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଡିଆର୍ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ ସମ୍ମାନୀତ ଅତିଥିରୂପେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜଳେଶ୍ୱରର ପୂର୍ବତନ ନଗରପାଳ ପ୍ରବିର କୁମାର ପ୍ରଧାନ ଓ ବହୁ ପୂର୍ବତନ କାଉନସିଲରମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା