ଜଳେଶ୍ୱର ପୌରପରିଷଦର ବିଭିନ୍ନ ସମସ୍ୟା ସଂପର୍କରେ ଉପଜିଲ୍ଲାପାଳଙ୍କ ସମୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦର ପ୍ରଶାସକ ତଥା ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ଆଜି ପୂର୍ବାହ୍ନରେ ସହରର ବିଭିନ୍ନ ସମସ୍ୟା ସଂପର୍କରେ ବିଭିନ୍ନ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି । ୧୨୨ଟି ଫାଇଲ୍କୁ ରଦ୍ଦ କରିବା ସହିତ ୬୦ବର୍ଷରୁ ଉଦ୍ଧ୍ୱ ବ୍ୟକ୍ତିଙ୍କୁ ଭର୍ତ୍ତା ଦେବା, ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ହୋଇଥିବା ଦୁର୍ନିତୀର ତଦନ୍ତ କରିବା ସଂପର୍କରେ ସେ ବିସ୍ତୃତ ଭାବେ ଆଲୋଚନା କରୀବା ସଂଗେ ସଂଗେ ୧୨ନଂ ୱାର୍ଡରେ ଆବାସ ଯୋଜନା ଘର ପାଇଥିବା କେଦାର ପାଢୀ ବ୍ୟବସାୟୀକ କାର୍ଯ୍ୟରେ୍ ଘରକୁ ବ୍ୟବହାର କରୁଥିବାରୁ ନେତୃବ୍ୟନ୍ଦ ଅଭିଯୋଗ କରିଥିଲେ । ଅନୁରୂପ ଭାବେ ପାଇକସିଦା ପଂଚାୟତର ବାସିନ୍ଦା ସୁଶିଲ ରଣା ପୌରପରିଷଦର ୫ନଂ ୱାର୍ଡରେ ଆବସ ଯୋଜନାରେ କିପରି ଅନ୍ତର୍ଭୁକ୍ତ ହେଲେ ସେ ସଂପର୍କରେ ତଦନ୍ତ କରିବା ପାଇଁ ସେମାନେ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଏହି ଆଲୋଚନା ବେଳେ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ଓ କମଳ ଚକ୍ରବର୍ତ୍ତୀ, ସିତାଂଶୁ ସେନାପତି, ବିରଞ୍ଚି ଭୂୟାଁ, ଅରୁଣ ବେଜ, ଭାଗବତ ପରିଡା, ଲକ୍ଷ୍ମିନାରାୟଣ ପରିଡା, ଗୋପାଳ ଚାନ୍ଦ, ଅନନ୍ତ ପରିଡା, ଦିଲ୍ଲିପ ପରିଡା, ମାନସ ପାଠୀ, ବାପି ଦାସ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା