ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କର ନଗର ଓ ଗୃହ ନିର୍ମାଣ ପକ୍ଷରୁ ଗତକାଲି ସମଗ୍ର ରାଜ୍ୟରେ ଥିବା ସହରାଂଚଳ ମାନଙ୍କରେ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ ସଠିକ ଢଙ୍ଗରେ ପରିଚାଳନା କରିବା ପାଇଁ ସରକାର ବାଲେଶ୍ୱର ଜିଲା ପର୍ଯ୍ୟବେକ୍ଷକ ରୂପେ କଟକ ମହାନଗର ନିଗମର ଯୁଗ୍ମ ଆୟୁକ୍ତ ସୁଭାଷ ନାଥ ଶର୍ମା ଗତକାଲି ଜଳେଶ୍ୱର ପୌରପରିଷଦର ୧୭ଟି ୱାର୍ଡର ୫ଟି ସ୍ଥାନରେ ହେଉଥିବା ପିଠା ଶିବିର ପରିଦର୍ଶନ କରିଥିଲେ । ଏହି ଅବସରରେ ପୌରପରିଷଦର ୧, ୨ ଓ ୩ନଂ ୱାର୍ଡର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜନସାଧାରଣଙ୍କୁ ନେଇ ସେକ୍ବାର୍ଡ ଠାରେ ଅନୁଷ୍ଠିତ ପିଠା ଶିବିରରେ ଯୁଗ୍ମ ଆୟୁକ୍ତ ଶ୍ରୀ ଶର୍ମା ଯୋଗ ଦେଇ ସହରାଞ୍ଚଳ ଅଂଚଳରେ ବସବାସ କରୁଥିବା ବାସିନ୍ଦା ମାନଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନବରତ୍ନ ଯୋଜନା ପ୍ରଚଳନ କରିଛନ୍ତି ସେ ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ପୌରପରିଷଦର କନିଷ୍ଠ ଯନ୍ତ୍ରୀ ତଥା ନୋଡାଲ ଅଫିସର ଇଂ ସୁଦର୍ଶନ ଘଡାଇ, କନିଷ୍ଠ ଯନ୍ତ୍ରୀ ଇଂ ବୁଧିରାମ ସିଂ, ଅନୀଲ କୁମାର ବ୍ରହ୍ମ, ଅନୀଲ କୁମାର ପ୍ରଧାନ ଓ ରତିକାନ୍ତ ସାହୁ, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଇଂ ରତନ କୁମାର ମାଝୀ, ବିଦ୍ୟୁତ୍ ବିଭାଗର ସହକାରୀ ପରିଚାଳକ ରଣଜିତ୍ ବେହେରା, ସ୍ୱେଚ୍ଛାସେବି ସଂଗଠନ ଜନଚେତନାର ସାଧାରଣ ସଂପାଦିକା ଆରତୀ ଦାସ, ପୂର୍ବତନ କାଉନ୍ସିଲର ଗୁରୁପ୍ରସାଦ ସାମନ୍ତ, ବିଶ୍ୱଭୂଷଣ ଦାସ, ବିଜୟ କୁମାର କାମିଳା ଓ ଗୀତାଞ୍ଜଳି ସାମନ୍ତ, ସଂଜିବ ପାଳ, ଶଂକର ଘୋଷ, ଗୁରୁପ୍ରସାଦ ଚୌରାସିଆ, ଆଇନ୍ଜିବୀ ସୁକୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଶର୍ମା ବିଭିନ୍ନ ହିତାଧିକାରୀ ମାନଙ୍କୁ ଭତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନୱାଡି କର୍ମୀମାନଙ୍କୁ ପ୍ରମାଣପତ୍ର ପ୍ରଭୃତି ପ୍ରଦାନ କରିଥିଲେ । ଅଙ୍ଗନୱାଡି କର୍ମୀ ସଂଧ୍ୟାରାଣୀ କର୍ମକାର, କୁନ୍ତଳା ପାତ୍ର, ରାଜେଶ୍ୱରୀ କଟାଳ ପ୍ରଭୃତି ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସଭା ପୂର୍ବରୁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ନିର୍ବାହୀ ଅଧିକାରୀ ଗିରିଧାରୀ ବାରିକ ଏହି ଶିବିର ପରିଦର୍ଶନ କରି ସ୍ୱୟଂ ସହାୟକ ଗୋଷ୍ଠିର ସଭ୍ୟାମାନଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା