ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦର ପୂର୍ବତନ ନିର୍ବାହୀ ଅଧିକାରୀ ହୃଷିକେଶ ପାଣିଙ୍କ ଅଚାନକ ଏଠାରୁ ବଦଳି ହେବା ପରେ ଅସ୍ଥାୟୀ ଭାବେ ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଦାୟିତ୍ୱରେ ଥିଲେ । ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଶ୍ରୀ ପାଣି ବିନା ଛୁଟି ଦରଖାସ୍ତରେ କାର୍ଯ୍ୟାଳରେ ଅନୁପସ୍ଥିତ ଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିଲା । ରାଜ୍ୟ ଗୃହନିର୍ମାଣ ଓ ନଗର ବିଭାଗଙ୍କର ଯୁଗ୍ମ ସଚିବ ଚିଠି ନଂ ୧୭୭୭୧ ତା ୧୪-୧୦-୧୯ମୂଳେ ପିପିଲି ଏନ୍ଏସିର ନିର୍ବାହୀ ଅଧିକାରୀ ଶ୍ରୀମତୀ କାଦମ୍ବିନୀ ଜେନା ଜଳେଶ୍ୱର ପୌରପରିଷଦର ନିର୍ବାହୀ ଅଧିକାରୀ ରୂପେ ବଦଳି ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା