ଜଳେଶ୍ୱର ପୌର ପରିଷଦ କାହା ପାଇଁ ଶୀର୍ଷକ ପ୍ରଚାର ପତ୍ର ନାଗରିକ ମଞ୍ଚ ପକ୍ଷରୁ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌର ପରିଷଦର କେତେକ ଦୁର୍ନିତୀ ଓ ଅନୀୟମିତତା ସଂପର୍କରେ ଜଳେଶ୍ୱର ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରଚାର ପତ୍ର ସ୍ୱାୟତ୍ତଶାସନ ଦିବସ ଅବ୍ୟବହିତ ପୂର୍ବରୁ ବଣ୍ଟନ କରାଯାଇଛି । ୫୬ ବର୍ଷ ବିତି ଯାଇଥିଲେ ମଧ୍ୟ ପୌରପରିଷଦ କେତେକ ମୌଳିକ ସୁବିଧାରରୁ ସହରାବାସୀଙ୍କୁ ବଞ୍ଚିତ କରୁଥିବାର ସେମାନେ ପ୍ରଚାରପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି । ଜଳ ନିଷ୍କାସନ ଠିକ୍‌ଭାବେ ହେଉନଥିବା, ସଫେଇ କାର୍ଯ୍ୟ ଠିକ୍‌ଭାବେ ହେଉନଥିବା ଓ ଅଧିକ ଅର୍ଥ ସଫେଇ ସଂସ୍ଥାକୁ ପ୍ରଦାନ କରିବା, ସହରର ସବୁ ଜାଗାରେ ଆଲୁକର ବ୍ୟବସ୍ଥା ନହେବା, କର୍ମ ନିଯୁକ୍ତି ସୃଷ୍ଟି ନ କରିବା, ରାସନ୍‌କାର୍ଡ ପ୍ରଦାନରେ ଦୁର୍ନିତୀ ହେବା, ସୂଚନା ଅଧିକାର ନିୟମକୁ ପାଳନ ନ କରିବାଭଳି ବିଭିନ୍ନ ଅଭିଯୋଗ ନେଇ ପୂର୍ବରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପରେ ଏବେ ପ୍ରାଚାର ପତ୍ର ମାଧ୍ୟମରେ ଜନସାଧାରଣ ଓ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବାର ଏକ ନୂତ ଶୈଳି ଆପଣାଇଥିବାର ସଂପାଦକ ମନୋରଂଜନ ଦାସ ସାମ୍ବାଦିକ ମାନଙ୍କୁ କହିଛନ୍ତି ।