ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ସହରର ପ୍ରମୁଖ ସ୍ଥାନ ଶାନ୍ତିଆ ଷ୍ଟଡିୟମରେ ଚଳିତବର୍ଷ କୃଷି, ଶିଳ୍ପ ଓ ବାଣି ମେଳା ସହିତ ଭାଷା, ସାହିତ୍ୟ, ସଂସ୍କୃତି ଓ ଉକ୍କାୟିତ ପ୍ରତିଭାର ବିକାଶ ଏକ ନିଆରା ପରମ୍ପରା ସୃଷ୍ଟି କରିଛି ବୋଲି ୮ ଦିନ ଧରି ଚାଲି ଆସିଥିବା ଉତ୍ସବ ମଂଚଳରେ ରାଜ୍ୟ ଓ ତଥା ରାଜ୍ୟ ବାହାରର ବିଭିନ୍ନ ବିଜ୍ଞ ବ୍ୟକ୍ତି ବିଶେଷମାନେ ମତବ୍ୟକ୍ତ କରିଛନ୍ତି । ଚଳିତବର୍ଷ ଶାନ୍ତିଆ ଷ୍ଟାଡିୟମ ଜଳେଶ୍ୱର ବିକାଶ ମହୋତ୍ସବ ଓ କୃଷି ଶଳ୍ପ ବାଣିଜ୍ୟ ମେଳା ଆରମ୍ଭ ହୋଇଥିବା ବେଳେ ଏଥିରେ ବିଭିନ୍ନ କୃଷି ଉପକରଣ, ସ୍ଥାନୀୟ ହସ୍ତ ଶିଳ୍ପ, ବେତ ସାମଗ୍ରୀ, ଘରୋଇ ଉପକରଣର ବିକ୍ରି ଓ ପ୍ରଦର୍ଶନୀ ଆଲୋଚ୍ୟର ବିଷୟ ହୋଇଛି । ସେହିପରି ପ୍ରତିଦିନ ଏ ଅଞ୍ଚଳର କୁନି କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ସହିତ ପୂଜ୍ୟ ପୂଜାର ସମ୍ମାନ ପ୍ରଦର୍ଶନ କର।ଯାଇ ଆସୁଛି । ପିଲାମାନଙ୍କ ମଧ୍ୟରେ କୁଇଜ୍, ସଂଗୀତ, ନୃତ୍ୟ, ବକ୍ତୃତା ପ୍ରତିଯୋଗିତା ମାନ ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇ ଆସୁଛି । ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ଦିବ୍ୟାଙ୍ଗ ସମିତି ଆନୁକୂଲ୍ୟ କେତେକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଟ କରି ଆସୁଛି । ପ୍ରତିଦିନ ବିଭିନ୍ନ ରଂଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକମାନେ ଝୁମୁଥିବା ଜଣାଯାଇଛି । ଦୀର୍ଘ ୧୦ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ୮ମ ରାତ୍ରୀର ମଞ୍ଚ ଫକୀରମୋହନ ବିଶ୍ୱ ବିଦ୍ୟାଳୟର ସିନେଟ୍ ସଦସ୍ୟ ପ୍ରଫେସର ବିପିନ ବିହାରୀ ବିଶ୍ୱାଳଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିରୂପେ ବାଗେଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବିବେକାନନ୍ଦ ସାହୁ, ସମ୍ମାନୀତ ଅତିଥିରୂପେ ବିଶିଷ୍ଟ ସମାଜସେବୀ ଆଦିତ୍ୟ ପଟ୍ଟନାୟକ, ସାମ୍ବାଦିକ ସଞ୍ଜୟ ଚୌଧୁରୀ, ରବିନାରାୟଣ ପାତ୍ର, ଗିରିଜା ଶଙ୍କର ଦାସ ପ୍ରମୁଖ ଯୋଗ ଦେଇ ମହୋତ୍ସବର ଐତିହ, ଉଦ୍ଦେଶ୍ୟ ଓ ଆବଶ୍ୟକତା ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ମଂଚରେ ୭ ଦିନ ଧରି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚାଙ୍ଗୁ ବାଦକ ଡ. ଗିରିଧାରୀ ଗୋମାଙ୍ଗ, ଟିଭିରେ ପ୍ରସାରିତ ହୋଉଥିବା ସର୍ବେ ଭବନ୍ତୁ ଶୁଖିନର ମୁଖ୍ୟ ଡ. ବିରେନ୍ଦ୍ର ପଣ୍ଡା, ରମାକାନ୍ତ ଭଂଜ, ଚିତ୍ର ତାରକା ଚନ୍ଦନ ଦାସ, ପିତାମ୍ବର ଦାସ, ଡ. ଅଜିତ୍ ମହାନ୍ତି, ଅମରେଶ ଜେନା ପ୍ରମୁଖ ଯୋଗଦେଇ ଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂପାଦକ ମନୋରଂଜନ ଦାସ, ସଂଯୋଜକ ଅନନ୍ତ ଦାସ, ନନ୍ଦିନୀ ଗୋଶାଳାର ସଭାପତି ହେମନ୍ତ ଦାସ, ଶାନ୍ତିଆ ଗ୍ରାମର ବହୁ ସ୍ୱେଚ୍ଛାସେବି, ଚନ୍ଦନା ଆଦିବାସୀ ସାହି, ଦିବ୍ୟଜ୍ୟୋତି କ୍ରିଡା ପରିଷଦର ସଦସ୍ୟ ମାନେ ପରିଚାଳନା କରି ଆସୁଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା