
ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେଇ ଆସୁଥିବା ବେଳେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ପଣ୍ଡା ୨ ଜଣ ଭିନ୍ନକ୍ଷମକୁ ଟ୍ରାଇସାଇକେଲ ବଣ୍ଟନ କରିଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପାଇକସିଦା ପଂଚାୟତର ପାଇକସିଦା ଗ୍ରାମର ଅରୁଣ କୁମାର ସାହୁ ଓ ଗୋପିମୋହନ ପୁର ପଂଚାୟତର ବାସୁଳିଆ ଗ୍ରାମର ଅରୁଣ କୁମାର ହାଁସଦାକୁ ୨ଟି ତିନିଚକିଆ ଯାନ ବଣ୍ଟନ କରିଛନ୍ତି । ଉଭୟ ବ୍ୟକ୍ତି ଚାଲି ପାରୁନଥିବାରୁ ବହୁ କଷ୍ଟ ପାଉଥିଲେ । ତେଣୁ ସେମାନଙ୍କୁ ଉକ୍ତ ଯାନ ନିତାନ୍ତ ଆବଶ୍ୟକତା ଥିଲା ବୋଲି ବିଡିଓ ଶ୍ରୀ ପଣ୍ଡା କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା