ଜଳେଶ୍ୱର(ସମୃଦ୍ଧ ଓଡିଶା )ଜଳେଶ୍ୱର ବିଦ୍ୟୁତ୍ ଡିଭିଜନରେ ମାସକୁ ୫.୫ କୋଟି ଟଙ୍କାର ବିଦ୍ୟୁତ୍ କ୍ରୟ କରାଯାଉଥିବା ବେଳେ ରାଜସ୍ୱ ଆଦାୟ ୨.୫କୋଟି ଟଙ୍କା ହେଉଥିବାରୁ ଜନସଚେତନତା ଅତି ଆବଶ୍ୟକ । ତଥାପି ଜରୁରୀ ପରିସ୍ଥିତି ନ ଉପୁଜିଲେ ବିଦ୍ୟୁତ୍କାଟ ହେବ ନାହିଁବୋଲି ନେସ୍କୋର କାର୍ଯ୍ୟନିର୍ବାହୀ ଅଧିକାରୀ ହରିଶଚନ୍ଦ୍ର ପଣ୍ଡା ଆଜି ଏଠାରେ ସୂଚନା ଦେଇଛନ୍ତି । ଜଳେଶ୍ୱର ଓ ଭୋଗରାଇରେ ଏବେ ୯୫ହଜାର ଗ୍ରାହକ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି । ନେସ୍କୋ ଏହି ୨ ଅଂଚଳ ଲାଗି ଆବଶ୍ୟକ ପଡୁଥିବା ବିଦ୍ୟୁତ୍ ପାଇଁ ୫.୫ କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ସାଧାରଣ ଭାବରେ ମାସକୁ ୨.୫ କୋଟି ଟଙ୍କା ରାଜସ୍ୱ ମିଳୁଥିବା ଶ୍ରୀ ପଣ୍ଡା ସୂଚନା ଦେବା ସହ ଏଥିଲାଗି ଗ୍ରାହକମାନଙ୍କ ମଧ୍ୟରେ ବ୍ୟାପକ ଜନସଚେତନାତା ଆବଶ୍ୟକ ବୋଲି କହିଛନ୍ତି । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଚୋରି ନ ହେବା ଲାଗି ପ୍ରତ୍ୟେକ ବ୍ୟକ୍ତି ସଚେତନ ବେହା, ଚୋରୀ ରୋକିବା କୁ ପଦକ୍ଷେପ ନେବାଲାଗି ସେ ପରାମର୍ଶ ଦେଇଛନ୍ତି । ଏବେ ଜଳେଶ୍ୱରରରେ ବିଦ୍ୟୁତ୍ ବ୍ୟବହାର ଶାଗି ୭୨.୫ ଏମ୍ଭିଏ ଓ ଭୋଗରାଇରେ ୮୦ ଏମ୍ଭିଏ ବିଦ୍ୟୁତ୍ ସରବରାହ ଲାଗି ବ୍ୟବସ୍ଥା ରହିଛି । ବିଭିନ୍ନ ସ୍ଥାନରେ ଅଧିକ ଟ୍ରାନ୍ସଫରମର ଦିଆଯାଇ ଓଭରଲୁଡ୍ ହ୍ରାସ କରାଯାଇଛି । ସୌଭାଗ୍ୟ ଯୋଜନାରେ ହିତାଧିକାରୀଙ୍କୁ ବିଦ୍ୟୁତ୍ ସଂଯୋଗ କରାଯାଇଥିବା ବେଳେ ପୌରାଂଚଳରେ ଆଇପିଡିଏସ୍ ଯୋଜନା କାର୍ଯ୍ୟକାରୀ ହେଉଛି । ଚଳିତ ଜାନୁଆରୀ ଶେଷ ସୁଦ୍ଧ ସୌଭାଗ୍ୟ ଯୋଜନା କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଇଛନ୍ତି । ବିଦ୍ୟୁତ୍ ଯୋଗାଇବା ଲାଗି ନେସ୍କୋ କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ବେଳେ ସହାୟତା କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ଆଲୋଚନାବେଳେ ଭୋଗରାଇର ସହକାରୀ ଇଞ୍ଜିନିୟର ମଧ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା