
ଜଳେଶ୍ୱର (ସମୃଦ୍ଧ ଓଡିଶା) ଅତୀତ କାର୍ଯ୍ୟସମୀକ୍ଷା ଆସନ୍ତା ଦିନର ପ୍ରକଳ୍ପ ଲାଗି ଆଜି ଜଳେଶ୍ୱର ବିଧାନସଭାସ୍ତରୀୟ ଉନ୍ନୟନ କମିଟିର ଏକ ବୈଠକ ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀସ୍ତରୀୟ ବିଭିନ୍ନ ଯୋଜନାର ଅଗ୍ରଗତି ଓ ଆସନ୍ତା ଦିନରେ ଅଧିକ ଫଳପ୍ରଦ ହେବାଲାଗି କେତେକ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ବାଲେଶ୍ୱର ଜିଲା ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଯୋଗ ଦେଇଥିଲା ବେଳେ ବାଲି ଉପରେ ବ୍ୟାପକ ସରକାରୀ କଟକଣା ଲାଗୁ ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ବ୍ୟାହତ ହୋଇଥିବା ଓ ଏଥିଲାଗି ବାଲିର ମୂଲ୍ୟ ସ୍ଥିର କରିବାକୁ ଉପସ୍ଥିତ ଅଧିକାରୀ, ବିଧାୟକ ଦାବୀ କରିଥିଲେ, ଯାହାକୁ ଅତିରିକ୍ତ ଜିଲାପାଳ ହୃଦବୋଧ କରି ଜିଲାପାଳଙ୍କୁ ଜଣାଇବେ ବୋଲି ପ୍ରକାଶ କରିଥିଲେ । ଆମ୍ବଳିଅଠା ଠାରୁ ସୋଲପଟା. ଜଳେଶ୍ୱର ଠାରୁ ଅଗ୍ରୱାଲା ଛକ, ଅଲାଲପୁର ଠାରୁ ନାମ୍ପୋ, ଖୁଦିଆମାଝି ସାହି ଠାରୁ ଦକ୍ଷିଣ ପ୍ରହରାଜପୁର ରାସ୍ତା ସଂପର୍କରେ ଗ୍ରାମେଉନ୍ନୟନ ଓ ପୁର୍ତ୍ତବିଭାଗ ସହିତ ଆଲୋଚନା ହୋଇଥିଲା । ଚୋରମରାଠାରେ ସୁବର୍ଣ୍ଣରେଖା ସେତୁ ନିର୍ମାଣରେ ଅଚଳାବସ୍ଥା ଦୂର ଲାଗି ସରକାରଙ୍କ ସ୍ପଷ୍ଟିକରଣ ଲୋଡାଯାଇଥିଲା । ହାତୀଗଡସ୍ଥିତ ଆର୍କେଏସ୍ ଲାଗିଥିବା ଅର୍ଥର ସଦ୍ଉପଯୋଗ ହେଉନଥିବା, ଅର୍ଥ ଜମା ଥିଲେ ମଧ୍ୟ କାର୍ଯ୍ୟ ହେଉନଥିବା, ଲକ୍ଷ୍ମଣନାଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଂଜୁରୀ ଅର୍ଥ ଖର୍ଚ୍ଚ ହୋଇପାରୁନଥିବା, ଆଦର୍ଶ ବିଦ୍ୟାଳୟ ଲାଗି ୪ କୋଟି ଟଙ୍କା ମଂଜୁରୀ ହୋଇଥିଲେ ମଧ୍ୟ ଜମି ଅଧିଗ୍ରହଣ ହୋଇନଥିବା, ଜଳେଶ୍ୱର ରେଳ ଓଭରବ୍ରିଜ୍ର ଘରୋଇ ଜମିର ଅଧିଗ୍ରହଣ ହେଉନଥିବା, ଠିକାଦାରକୁ ଅର୍ଥ ପ୍ରାପ୍ୟ ହେଉନଥିବାରୁ ନୂତନ କୋର୍ଟ କୋଠା ନିର୍ମାଣରେ ବିଳମ୍ବ, ପଶ୍ଚିମବାର୍ଡ ରାସ୍ତାର କାର୍ଯ୍ୟ ଆଗେଇ ପାରୁନଥିବା, ଚାଲନ୍ତି ରେଳଓଭର ବ୍ରିଜ୍ର ନିର୍ମାଣାରେ ଓପିଟିସିଏଲରେ ବାଧା ସୃଷ୍ଟିକରୁଥିବା, ବଜାର ମଧ୍ୟରେ ରାସ୍ତାର ପ୍ରସସ୍ତିକରଣ ହେବା, ଅଗ୍ରୱାଲା ଛକଠାରୁ ପଶ୍ଚିମବଂଗର ଖଡିକାହାଟଯାଏ ରାସ୍ତା ନିର୍ମାଣ, ଆମ୍ବଳିଅଠାରୁ ନଛିମପୁର ପିଏମ୍ଜିଏସ ରାସ୍ତା ନିର୍ମାଣରେ ବିଳମ୍ବ, ରାଇବଣିଆର ସର୍ଦ୍ଦାରବନ୍ଧ, ଶ୍ୟାମନଗର, ବରଡିହା, କାଳିକ ଓ ଖୁଆଡ ପଂଚାୟତରେ ଅନୁବୃଷ୍ଟି ଯୋଗୁଁ ୫୦୦ ହେକ୍ଟର ଜମି ଚାଷାବାଦ ନ ହେବା ମୁଗ ବିରି ଚାଷୀମାନେ ସାଟିଫାଏଡ୍ ବିହନ ବିକ୍ରିକରିବରେ ବିଭାଗୀୟ କର୍ମକର୍ତ୍ତତାଙ୍କ ଉଦାସୀନତା, କାଳିଆ ଯୋଜନାରେ ୫୦୦୦ ଚାଷୀ ଅଯୋଗ୍ୟ ହିତାଧିକାରୀ ଥିବା ଚଳିତବର୍ଷ ନଦୀରେ ପଥରବନ୍ଧ ଓ ସ୍ପୋର କାର୍ଯ୍ୟ ଶେଷ ନ ହେବା, ଜଳେଶ୍ୱର ସହରକୁ ରକ୍ଷାଲାଗି ରିଂଗବନ୍ଧ ନିର୍ମାଣ ହେବା । ଦାରୁବୁଡି ଠାରୁ ରାଜଘାଟ ପର୍ଯ୍ୟନ୍ତ ବଂଧ ହେବା, କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟର ସମୀକ୍ଷା ହେବା, ଗହୀରାଖାଳ କାର୍ଯ୍ୟ ହେଉଥିବା, ରଜାବଂଧ, ଜଳସେଚିତ ଅଂଚଳକୁ ଅଧିକ ଜଳସେଚନ କରାଇବା, ଉଠାଜଳସେଚନ ବିଭାଗର ସମୀକ୍ଷା, ଜଳନିଷ୍କାସନ ବିଭାଗର ୭ କୋଟି ଟଙ୍କାର କାର୍ଯ୍ୟ ଅଦ୍ୟାବଧି ଶେଷ ନ ହେବା, ଆର୍ଡବ୍ଲୁଏସ୍ଏସ୍ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନ ହେବା, ଗ୍ରାମାଞ୍ଚଳରେ ବହୁ ନଳକୂପ ଅକାମୀ ହେବା ପ୍ରମୁଖ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ, ତହସିଲଦାର ଅଭିମନ୍ୟୁ ପଣ୍ଡା, ବସ୍ତା ବିଡିଓ କୁକୁମିନା ଦାସ, ତହସିଲଦାର ନରେନ୍ଦ୍ର ଖମାରୀ, ଜଳେଶ୍ୱର ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳେଇ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ତ୍ରିଲୋଚନ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲମ୍ବୋଦର କର, ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଆଲୋକ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ ରଂଜନ ସେଠୀ, କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ସୁରେଶ ଚନ୍ଦ୍ର ଶତପଥି, ଆରଡବ୍ଲୁଏସ୍ଏସ୍ ସହକାରୀ ଯନ୍ତ୍ରୀ ଇଂ ଅରୁଣ କୁମାର ବାରିକ, ଜଳ ସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରିୟବ୍ରତ ସିଂ, ଉଠା ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ରଘାନାଥ ବିଶ୍ୱାଳ, ଡ୍ରେନେଜ୍ ବିଭାଗର ରବିନାରାୟଣ ଭଂଜ, ଏପିଡି ଶୁଭଶ୍ରୀ ଜେନା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମୁଣ୍ଡ, ଆଇପିଓ ଅକ୍ଷୟ କୁମାର ଦାସ, ଫରେଷ୍ଟର ତପନ କୁମାର ସିଂ ଓ ରତୀକାନ୍ତ ପାଡୀ, କୃଷି ଜିଲା ଅଧିକାରୀ ସୁରେନ୍ଦ୍ର ମହାପାତ୍ର, ଏଏଓ ରାଜଲକ୍ଷ୍ମୀ ମହାନ୍ତି ଓ ସୋମନାଥ ରଣା, ସେକ୍ସନ ଅଫିସର ଅଧିର କୁମାର ପ୍ରମାଣିକ, ପିଇଓ ସୁଜୟ କୁମାର ଚାନ୍ଦ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା