ଜଳେଶ୍ୱର ବ୍ରାଉନ ସୁଗରର ପେଣ୍ଠସ୍ଥଳୀ:ବ୍ରାଉନ ସୁଗର ଜବତ ୧ ଗିରଫ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡେଶ୍ୱର ଗ୍ରାମର ସେକ ସମର ତୁଲ୍ଲା (ବୟସ ୫୨ବର୍ଷ)ଙ୍କ ଘରେ ଆଜି ସକାଳେ ୩ ଘଣ୍ଟିକା ସମୟରେ ଅବକାରୀ କମିଶନର ଦେବେନ୍ଦ୍ର କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ-୨ କଟକ ଙ୍କ ଦ୍ଵାରା ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ସେକ ସମର ତୁଲ୍ଲାଙ୍କ ଘରୁ ୨ ଶହ ଏକ ଗ୍ରାମ ବ୍ରାଉନ ସୁଗାର ଜବତ ସହିତ ତାଙ୍କୁ ଗିରଫ କରାଯାଇଛି । ଯାହାର ମୂଲ୍ୟ ଆନୁମାନିକ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ବ୍ରାଉନ ସୁଗାର କାରବାର ଜଳେଶ୍ୱର ଅଞ୍ଚଳରେ ଏକ କେନ୍ଦ୍ରସ୍ଥଳୀ ବୋଲି କୁହାଯାଉଛି  ଓ ଏହି ବ୍ରାଉନ ସୁଗାର କେଉଁଠୁ ଆସୁଛି ଏବଂ କେଉଁ ଅଞ୍ଚଳକୁ ଯାଉଛି ଅବକାରୀ ବିଭାଗ ଅଧିକ ତଦନ୍ତ ଚଳାଇଛନ୍ତି । ଜଳେଶ୍ୱରର ଅବକାରୀକୁ ବୁଦ୍ଧିଜୀବୀମାନେ ସନ୍ଦେହ ଘେରରେ ରଖିଛନ୍ତି । କାରଣ ଅବକାରୀ କାର୍ଯ୍ୟାଳୟ ଥିବା ବହୁ ଗ୍ରାମ ଓ ସହରରେ ଅବାଧ ବ୍ରାଉନ ସୁଗାର, ଦେଶୀ ମଦ, ଗଞ୍ଜେଇ କାରବାର ଖୋଲା ବଜାରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀମାନଙ୍କର ଜ୍ଞାତସାରରେ ଏହି ଅଞ୍ଚଳରେ ଏସବୁ କାରବାର ଚାଲିଥିବା କୁହାଯାଉଛି । ଏହି ଚଢ଼ାଉରେ ଅବକାରୀ ଇନସପେକ୍ଟର ଜଗଦିଶ ଚନ୍ଦ୍ର ସାମଲ, ସବଇନସପେକ୍ଟର ଗାଲୁରାମ ସରେନ, କନେଷ୍ଟବଳ କିଶୋର ଚନ୍ଦ୍ର ରାଉତ, ପୂର୍ଣ୍ଣଜିତ ମହାପାତ୍ର, ବସନ୍ତ ମଲ୍ଲିକ, ଆଲୋକ କୁମାର ଖଟୁଆ, ରାଜେଶ ଖଟୁଆ, ଅବିର କୁମାର ପଟ୍ଟନାୟକ ସାମିଲ ହୋଇଥିଲେ । 

ରିପୋର୍ଟ : ଭୂପତି କୁମାର ପରିଡା