ଜଳେଶ୍ୱର(ସମୃଦ୍ଧ ଓଡିଶା)ଜଳେଶ୍ୱର ବ୍ଲକ ପରିସରରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ବିଭାଗରେ ଜନସାଧାରଣଙ୍କୁ ନ୍ୟାୟ ମିଳୁନଥିବାରୁ ଏବଂ ବିଭିନ୍ନ ଅଭିଯୋଗ ରହିଥିବାରୁ ଆଜି ବ୍ଲକର ବିଭିନ୍ନ ଅଂଚଳରୁ ଲୋକେ ଆସି ବ୍ଲକ ପରିସରରେ ପହଞ୍ଚିଥିଲେ । ଜିଲାପାଳ ଓ ଏସ୍ପିଙ୍କ ମିଳିତ ଜନଶୁଣାଣୀ ଥିଲେ ମଧ୍ୟ ଜିଲାପାଳ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ରାଜଧାନୀ ଯାଇଥିବାରୁ ଅତିରିକ୍ତ ଜିଲାପାଳ ମାନସ ରଂଜନ ପାଢୀ, ଏସ୍.ପି ଯୁଗଳ କିଶୋର, ଉପଜିଲାପାଳ ନିଲୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ଏହି କାର୍ଯ୍ୟକ୍ରମରେ କେତେକ ଅଧିକାରୀ ବହୁ ବିଳମ୍ବରେ ଆସିବା ଓ ଆର୍.ଡି ପରି କେତେକ ବିଭାଗର କର୍ମକର୍ତ୍ତା ଉପସ୍ଥିତ ନ ଥିବାରୁ ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳ କ୍ଷୋଭ ପ୍ରକାଶ କରିଥିଲେ । ପୁଲିସ୍ ବିଭାଗରେ ଜଳେଶ୍ୱର ଥାନା ଇଲାକାରେ ଗତ ନଭେମ୍ବର ମାସରେ ଜଳକାପଡିଆ ଗାଁର ଜୈନିକ ନା ବାଳିକା ନିରୁଦ୍ଦିଷ୍ଟ ଥିବାର ବେଳେ ଅଦ୍ୟାବଧି ପୁଲିସ୍ ଖୋଜ ଖବର ପାଇ ନଥିବାରୁ ତାଙ୍କ ପରିବାର ଆଜି ଏସ୍ପିଙ୍କୁ ଜଣାଇଥିଲେ । ଆଦିବାସୀ ଅଧ୍ୟୁସିତ ରାଇବଣିଆ ଅଂଚଳରେ ଭୂମିହୀନ ଓ ଜଂଗଲଜମି ପଟ୍ଟା ପାଇନଥିବାରୁ ବହୁ ଲୋକ ନ୍ୟାୟ ପାଇଁ ଅଭିଯୋଗ ଆଣିଥିଲେ । ଆବସ ଯୋଜନା, ଭତ୍ତା ଓ ଖାଉଟି ସାମଗ୍ରୀରୁ ବଂଚିତ ବହୁ ବ୍ୟକ୍ତି ଏଥିପାଇଁ ମଧ୍ୟ ଆସି ଅଭିଯୋଗ କରିଥିଲେ । ସେହିପରି ଆର୍.ଡବ୍ଲ.ଏସ୍.ଏସ୍, ବିଦ୍ୟୁତ୍, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଅବକାରୀ, କୃଷି , ଉଦ୍ୟାନ, ଜଳ ନିଷ୍କାସନ, ମସ୍ୟ, ପ୍ରାଣିଚିକିତ୍ସା, ପୌର ବିଭାଗର ବିଭିନ୍ନ ଅଭିଯୋଗ ମାନ ଆସିଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସମିତି ଦଳେଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଜୟ ସେଠୀ, ସହକାରୀ ଜିଲାପାଳ ସାଧନା ପଣ୍ଡା, ବିଡିଓ ନିତ୍ୟାନନ୍ଦ ସାହୁ, ତହସିଲଦାର ଅଭିମନ୍ୟୁ ପଣ୍ଡା, ଏସ୍ଡିପିଓ ରାମଚନ୍ଦ୍ର ଗୌଡୁ, ଆଇଆଇସି ପ୍ରଦୀପ କୁମାର ମାଝୀ, ପୌର ଅଧିକାରୀ ଗିରିଧାରୀ ବାରିକ, ଜିଲା ଉନ୍ନୟନ ଅଧିକାରୀ ରାଜିବ କୁମାର ସାହୁ, ଜିଲା ଶିକ୍ଷାଅଧିକାରୀ ପ୍ରମୋଦ କୁମାର ଷଡଙ୍ଗି, ଡିପିସି ସୁରେନ୍ଦ୍ର କୁମାର ଶଙ୍ଖୁଆ, ଜିଲା କୃଷି ଅଧିକାରୀ ସୁରେନ୍ଦ୍ର ନାଥ ମହାପାତ୍ର, ଉଠା ଜଳସେଚନ ନିର୍ବାହୀଯନ୍ତ୍ରୀ ଜଗମଂଧୁ ବେହେରା, ଜିଲା ଯକ୍ଷ୍ମା ଅଧିକାରୀ ଡ. ଗିରିଶ ଚନ୍ଦ୍ର ପତି, ଆର୍ଏଣ୍ଡ ବି ସହକାରୀ ଯନ୍ତ୍ରୀ ମାନସ ରଂଜନ ସେଠୀ, କୃଷି ସହକାରୀ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପରିଡା, ଆର୍.ଡବ୍ଲୁଏସ୍ଏସ୍ର ଏସ୍ଡିଓ ଆରୁଣ କୁମାର ବାରିକ, ଉଦ୍ୟାନବିତ୍ ସାଧନପଣ୍ଡା, ଜିଲାମଂଗଳ ଅଧିକାରୀ ରାଜୀବ କୁମାର ସାହୁ, ସହକାରୀ ମସ୍ୟ ଅଧିକାରୀ ମହମ୍ମଦ ଫିରୋଜ, କୃଷି ସଂପ୍ରସାରଣ ଅଧିକାର ରାଜଲକ୍ଷ୍ମୀ ମହାନ୍ତି, ବିଦ୍ୟୁତ୍ ଏସ୍ଡିଓ ଚିନ୍ମୟ ବେହେରା, ଜେଇ ଚନ୍ଦ୍ର କାନ୍ତ ମହାନ୍ତି, ଜଳସେଚନ ସହକାରୀ ଅଧିକାରୀ ଧିରେନ୍ଦ୍ର ନାଥ ଦାସ, ଅବକାରୀ ସବ୍ଇନିସ୍ପେକ୍ଟର ହରପ୍ରସାଦ ରଣା, ଜିପିଓ ସୁଜୟ କୁମାର ଚାନ୍ଦ, ବ୍ଲକ ହିସାବ ରକ୍ଷକ ଧିରେନ୍ଦ୍ର ନାଥ ଲେଙ୍କା , ଫରେଷ୍ଟର ମଦନ ମହନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ସଂପର୍କରେ ଶୁଣାଣିମାନ କରିଥିଲେ । ଏଥିରେ ମୋଟ ୯୨ଟି ଅଭିଯୋଗର ଶୁଣାଣି କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଜନଶୁଣାଣି ସଂପର୍କରେ ବିଶେଷ ପ୍ରଚାର, ପ୍ରସାର କରାଯାଉନଥିବାରୁ ସାଧାରଣ ଲୋକେ ଏ ସଂପର୍କରେ ଜାଣିପାରୁନ ଥିବାର ପ୍ରକାଶ ।
ରିପୋର୍ଟ : ଭୂପତି କୁମାର ପରିଡା