ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୧୬ ତାରିଖରେ ସରକାରଙ୍କ ନିୟମ ଅନୁଯାୟୀ ଜଳେଶ୍ୱର ବ୍ଲକର ୬ଟି ବୁଥ୍କୁ ମହିଳା ମାନଙ୍କ ଉଦ୍ଦେଶ୍ୟରେ ପିଙ୍କବୁଥ୍ ଭାବେ ପ୍ରସ୍ତୁତ କରାଯାଇଥିଲା । ଏହି ବୁଥ୍କୁ ପିଙ୍କ ରଂଗର ବେଲୁନ୍, କପଡା ଓ ଚେୟାର ଲେବଉ ଇତ୍ୟାଦିକୁ ସଜା ଯାଇଥିଲା । ସରକାର ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ଅଗ୍ରାଧିକାର ଦେଉଥିବା ବେଳେ ମହିଳାଭୋଟର ମାନଙ୍କୁ ଆକୃଷ୍ଟ କରିବା ଲାଗି ଏହା ଅନ୍ୟ ଏକ ପ୍ରୟାସ ବୋଲି କୁହାଯାଇଛି । ଏହି ବୁଥ୍ରେ ସମସ୍ତ କର୍ମଚାରୀ ମହିଳା ହୋଇଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ମହିଳା ଥିଲେ । କର୍ମଚାରୀମାନେ ପିଙ୍କ ରଂଗର ପୋଷାକ ପରିଧାନ କରିଥିଲେ । ଏପରି ୬ଟି ପିଙ୍କ ବୁଥ୍ ବିରିଶପୁର ଓ ଲକ୍ଷ୍ମଣନାଥ ସ୍କୁଲରେ ହୋଇଥିବା ବିଡିଓ ଅଶ୍ୱିନୀ ଦାସ କହିଛନ୍ତି ।
ରିପୋର୍ଟ : ଭୂପତି ପରିଡା