ଜଳେଶ୍ୱର ବ୍ଲକ୍ ପରିସରରେ ବୈଦ୍ୟୁତିକ ଭୋଟିଂ ମେସିନ୍ ପ୍ରଦର୍ଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭୋଟରମାନେ ସଚେତନ ହୋଇ ନିରପେକ୍ଷ ଭୋଟ ଦେବା ଉଚିତ୍ ବୋଲି ଆଜି ପୂର୍ବାହ୍ନରେ ଜଳେଶ୍ୱର ବ୍ଲକ ପରିସରରେ ବୈଦ୍ୟୁତିକ ଭୋଟିଂ ମେସିନ୍ ପ୍ରଦର୍ଶନ ଏବଂ ଏହି ଭୋଟିଂ ମେସିନ୍ ମାଧ୍ୟମରେ ଭୋଟ ଗ୍ରହଣ ସଂପର୍କିତ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଡିଓ ନିତ୍ୟାନନ୍ଦ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା, ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ପଂଚାୟତ ସମିତି ଅଧ୍ୟକ୍ଷା ସବିତାରାଣୀ ଦଳେଇ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଲୋକପ୍ରତିନିଧି, ସରକର୍ମାଚାରୀ, ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସଚେତନ କରାଇଥିଲେ । ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁଜୟ କୁମାର ଚାନ୍ଦ, ମାର୍କେଟିଂ ଇନିସ୍ପେକ୍ଟର ମଧୁସ୍ମିତା ସେନାପତି, ମୁଖ୍ୟ କିରାଣୀ ଅଧିର କୁମାର ପ୍ରମାଣିକ, ପ୍ରଶିକ୍ଷକ କୌଶିକ ଗିରି, କର୍ମଚାରୀ ସୁରେନ୍ଦ୍ର କୁମାର ଭୂୟାଁ ଉପସ୍ଥିତ ରହି ପ୍ରାଞ୍ଚଳ ଭାବେ ଭୋଟିଂ ମେସିନର କାର୍ଯ୍ୟକାରିତା ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବି ବାଣିଦାସ ମହାପାତ୍ର, ଅରୁଣ କୁମାର ବେଜ, ସାଂବାଦିକ ସୁକୁମାର ରଣା, ଅମର କୁମାର ଆଚାର୍ଯ୍ୟ, ରବିନାରାୟଣ ପାତ୍ର, ଘନଶ୍ୟାମ ଗିରି, ସତ୍ୟବ୍ରତ ସୋମ୍ ପ୍ରମୁଖ ଉପସ୍ଥିତ ରହି ମେସିନ୍ ମାଧ୍ୟମରେ ଭୋଟ ପ୍ରଦାନ କରି ସମସ୍ତଙ୍କୁ ବୁଝାଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା