ଜଳେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବ ସୂଚନା ଅନୁଯାୟୀ ଆଜି ଗୁରୁବାର ଜଳେଶ୍ୱର ବ୍ଲକର ଜାତୀୟ ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ଶୁଣାଣି ଥିବାରୁ ବ୍ଲକ ସମ୍ମିଳନୀ କକ୍ଷକୁ ଏକ ବୈଠକ ଆହୁତ ହୋଇଥିଲା । ଏଥିରେ ୫୦ପ୍ରତିଶତ ଅର୍ଥ ଅଦ୍ୟାବଧି ଖର୍ଚ୍ଚ ହୋଇନଥିବାରୁ ଉପସ୍ଥିତ ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଆସନ୍ତା ଦିନରେ ଖର୍ଚ୍ଚ କରାଯିବାକୁ ସେମାନେ ଅଡି ବସିଥିଲେ । ଆଜି ଜଳେଶ୍ୱର ବ୍ଲକର ଭାରପ୍ରାପ୍ତ ବିଡିଓ (ଭୋଗରାଇ ବିଡିଓ) ଦୀପ୍ତିରଂଜନ ସେଠୀଙ୍କ ଯୋଗଦାନ ପରେ ଆହୁତ ବୈଠକରେ ପ୍ରକଳ୍ପ ପ୍ରଶାସକ ତଥା ନୀଳଗିରିର ଆପିଡିଏସ୍ ମୁଖ୍ୟ ବୀରକିଶୋର ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଭାରପ୍ରାପ୍ତ ବିଡିଓ ଶ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମୁଣ୍ଡ, ଏକାଣ୍ଟସ୍ ଅଫିସର ନରହରି ବାରିକ, ଏପିଓ ପାୟଲ ସାହୁ, ବିଏସ୍ଓ ଜୀବନ କୃଷ୍ଣ ଗିରି, ଏନ୍ଜିଓ ତ୍ରିଲୋଚନ ଗିରି, ସେକ୍ସନ ଅଫିସର ଅଧିର କୁମାର ପ୍ରମାଣିକଙ୍କ ଉପସ୍ଥିତିରେ ଶୁଣାଣି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଆଲୋଚନାରେ ପ୍ରଥମ ପର୍ଯ୍ୟୟ ୧-୪-୧୯ରୁ ୩୦-୯-୧୯ ଓ ପରେ ଅଦ୍ୟାବଧି ଫେବୃଆରୀ ସୁଦ୍ଧେ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ମୋଟ ୧୨କୋଟି ୧୨ଲକ୍ଷ ୩୬ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହେବାକୁଥିବା ବେଳେ ଅଦ୍ୟାବଧି ୬କୋଟି ୫୩ହଜାର ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ୫୦ଭାଗରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇ ପାରି ନ ଥିବାରୁ ଆଜି ଗୃହରେ ଉଦ୍ବେଗ ପ୍ରକାଶ ପାଇଥିଲା । ଉପସ୍ଥିତ ସରପଞ୍ଚ, ସମିତି ସଦସ୍ୟ, ଭିଆର୍ପି, ସେସିଆଲ ଓଡିଟ୍ କମିଟି ପକ୍ଷରୁ ଶରତ କୁମାର ପରିଡା, ବିନ୍ଦୁବାଳା ନନ୍ଦି, ମନିନ୍ଦ୍ର ଧର, ଜିଆର୍ଏସ୍ମାନେ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ଏ ଗୁଡିକର କାର୍ଯ୍ୟ ଶ୍ରମିକମାନଙ୍କ ଦ୍ୱାରା ହେଉଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଥିବା ବିଭିନ୍ନ ଅଧିକାରୀମାନେ ସୂଚନା ଦେଇଥିଲେ । ଚଳିତ ଆର୍ଥୀକ ଶେଷ ହେବାକୁ ଅଳ୍ପ ଦିନ ବାକିଥିବାରୁ ବକେୟା ଅର୍ଥ ଶୀଘ୍ର ଖର୍ଚ୍ଚ କରାଯିବାକୁ ସଦସ୍ୟମାନେ ପରାମର୍ଶ ଦେଇଥିଲେ । ଆଜି ବୈଠକରେ ଭାରପ୍ରାପ୍ତ ବିଡିଓ (ଭୋଗରାଇ ବିଡିଓ) ଦୀପ୍ତି ରଞ୍ଜନ ସେଠୀ ଜଳେଶ୍ୱର ବିଡିଓ ଭାବେ କାର୍ଯ୍ୟ ତୁଲାଉଥିବାରୁ ତାଙ୍କର କେତେକ ମନ୍ତବ୍ୟରେ ୨ଜଣ ସମିତି ସଦସ୍ୟ ଅସନ୍ତୋଷ ପ୍ରକାଶ କରି ଗୃହ ମଧ୍ୟରେ ଆନ୍ଦୋଳନରେ ବସିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତଙ୍କ ଅନୁରୋଧ କ୍ରମେ ଏହାକୁ ସମାଧାନ କରଯାଇଥିଲା । ଏପରି ଘଟଣାକୁ ସହରରେ ଆଲୋଚ୍ୟ ବିଷୟ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା