ଜଳେଶ୍ୱର ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୩ତମ ଜୟନ୍ତୀ ଉତ୍ସବକୁ ସମଗ୍ର ରାଜ୍ୟରେ ପଂଚାୟତରାଜ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ବିଡିଓ ନିତ୍ୟାନନ୍ଦ ସାହୁଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଉଦ୍ଘାଟନ କରି ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୂଖୀ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ତାହାର ସୁଫଳ ଜନସାଧାରଣ ପାଇପାରୁଛନ୍ତି ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିରୂପେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ଶତକଡା ୩୩ ଭାଗ ସ୍ଥାନ ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦର ବିଜୁ ପଟ୍ଟନାୟକ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉପଦେ ଆଗକୁ ଯାଇ ଶତକଡା ୫୦ଭାଗ ସ୍ଥାନ ସଂରକ୍ଷଣ କରି ଗ୍ରାମାଞ୍ଚଳ ମହିଳାମାନଙ୍କୁ ସଶକ୍ତିକରଣ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ସୁଗୋ ସମିତି ସଭ୍ୟ ସଂଜୟ କୁମାର ମହାନ୍ତି ଓ ଆରୁହା ସମିତି ସଭ୍ୟ ରାଜେନ୍ଦ୍ର ପାତ୍ର ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁଶ୍ରୀ ପ୍ରଜ୍ଞାପାରମିତା ପ୍ରଧାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଶେଷରେ ଚନ୍ଦ୍ର ମୋହନ ରାଉଳ ପାଲା ପରିବେଷଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଶେଷ ମନ୍ତ୍ରୀ ପରିଷଦର ବୈଠକକୁ ଉପସ୍ଥିତ ଦର୍ଶକଙ୍କୁ ଏଲସିଡି ମାଧ୍ୟେମରେ ପ୍ରଦର୍ଶିତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା