ଜଳେଶ୍ୱର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜଳେଶ୍ୱର ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ଗତକାଲି ଜଳେଶ୍ୱର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା  ଅନୁଷ୍ଠିତ ହୋଇଯାଇଛି । ଦୀନକୃଷ୍ଣ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡଃ ଧରଣୀଧର ଘୋଷ ମେଳାକୁ ଉଦଘାଟନ କରି ବିଜ୍ଞାନ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକ, ନୋଡାଲ ପ୍ରଧାନ ଶିକ୍ଷକ ମୁରଲୀ ମୋହନ ପ୍ରଧାନ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ବନବିହାରୀ ଦାସ, ଅଧିକାରୀ ସୁଶାନ୍ତ କୁମାର ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ସୁଶାନ୍ତ କୁମାର ଦାସ ଅତିଥି ଆମନ୍ତ୍ରଣ, ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ ବେଦପାଠ ଓ ଅଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଉଦଘାଟନ ଉତ୍ସବରେ ଅତିଥିଭାବେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ନାୟକ, ଏସ୍.ଏମ୍.ଡି.ସି ସଭ୍ୟ ଡଃ ଈଶ୍ୱର ଚନ୍ଦ୍ରଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ, ବିଦ୍ୟାଧର ପାଢୀ ବେଦପାଠ କରିଥିବା ବେଳେ ନୋଡାଲ ପ୍ରଧାନ ଶିକ୍ଷକ ମୁରଲୀ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଜ୍ଞାନ ମେଳାରେ ସିନିୟର ବର୍ଗରେ ୫୯, ଜୁନିୟର ବର୍ଗରେ ୯୯ ଓ ସବ୍ ଜୁନିୟର ବର୍ଗରେ ୧୦୪ଟି ମୋଟ ୨୬୨ଟି ପ୍ରକଳ୍ପ ଭାଗ ନେଇଥିଲେ । ବିଚାରକ ମଣ୍ଡଳୀଙ୍କ ଚୟନ ଅନୁଯାୟୀ ସିନିୟର ବର୍ଗରେ ଜଳେଶ୍ୱର ନୋଡାଲ ହାଇସ୍କୁଲର ଛାତ୍ରୀ ଜ୍ୟୋତିରେଖା ପରିଡା, ଅନୁପମା ଦତ, ଅଭିଜିତ ଜେନା, ସଂଚିତା ପ୍ରଧାନ, ରଣଜିତ ନାୟକ, ଜ୍ୟୋତି ରଂଜନ ବେହେରା, ଇପ୍ସିତା ଗିରି, ଜୁନିୟର ବର୍ଗରେ ଯୁଗଳ କିଶୋର ମଣ୍ଡଳ, ସଂଜୀବ ବେହେରା, ଦିବ୍ୟଜ୍ୟୋତି କୁଇଲା, ବଦ୍ରୀନାଥ ପଣ୍ଡା, ଦେବ ପ୍ରସାଦ ଦାସ ଓ ସବ୍ ଜୁନିୟର ଗୃପରେ ଶତାକ୍ଷୀଦେ, ପ୍ରିୟଦର୍ଶିନୀ ପରିଡା ଓ ଜୟଦେବ ଜେନା ପ୍ରମୁଖ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ଉନ୍ନତ କରିଛନ୍ତି । ବିଚାରକ ମଣ୍ଡଳୀରେ ଶିକ୍ଷକ ହରିଶ ଚନ୍ଦ୍ର ଜେନା, ନନ୍ଦ ଦୁଲାଲ ବେଜ, କଳ୍ପତରୁ ପାତ୍ର, ଦିଲ୍ଲୀପ କୁମାର ବେହେରା, ଗଣେଶ ଚନ୍ଦ୍ର ଆଚାର୍ଯ୍ୟ ଓ ପ୍ରଫୁଲ୍ଲ କୁମାର ନାୟକ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ । ଜଳେଶ୍ୱର ବ୍ଲକର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା