ଜଳେଶ୍ୱର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମ୍ମିଳନୀ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମ୍ମିଳନୀ ଗତକାଲି ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର ବ୍ଲକ ବ୍ରାହ୍ମଣ ସମାଜ ସଭାପତି ପଣ୍ଡିତ ସପନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟ, ପୁରୀ, ଅବସର ପ୍ରାପ୍ତ କୁଳପତି ଡ. ନିଳକଣ୍ଠ ପତି, ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ବ୍ରାହ୍ମଣ ସମାଜ କାର୍ଯ୍ୟକାରୀ ସଭାପତି କ୍ଷୀତେଶ୍ୱର ଦାଶ, ସାଧାରଣ ସଂପାଦକ ଗୈାର ଚନ୍ଦ୍ର ଦାଶ, ପଶ୍ଚିମବଙ୍ଗର ଶଙ୍କର ଦୟାଲ ଗୋସ୍ୱାମୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ହିନ୍ଦୁ ସମାଜକୁ ରକ୍ଷା କରିବା ଓ ବ୍ରାହ୍ମଣ ସମାଜର ଉନ୍ନତି ବିଷୟରେ ଆଲୋଚନା କରିଥିଲେ । ସମ୍ମିଳନୀ ପ୍ରାରମ୍ଭରେ ପଣ୍ଡିତ ସରୋଜ କୁମାର ପାଣିଗ୍ରାହୀ ଅତିଥି ମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ପଣ୍ଡିତ ରାଜୀବ ନାରାୟଣ କରବେଦ ପାଠ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ସ୍ୱାଗତ ସଂଗୀତ ଗାନ କରିଥିଲେ । ଶେଷରେ ପଣ୍ଡିତ ଜନାର୍ଦ୍ଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପଣ୍ଡିତ ରବିନାରାୟଣ ରଥ ଶର୍ମାଙ୍କୁ ଉତୋରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମ୍ମିଳନୀ ପ୍ରାରମ୍ଭରେ ବ୍ରାହ୍ମଣମାନଙ୍କର ଏକ ସଭାଯାତ୍ରା ଜଳେଶ୍ୱର କାଳୀ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ସମ୍ମିଳନୀ ସ୍ଥଳକୁ ଆସିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା