ଜଳେଶ୍ୱର ମହୋତ୍ସବର ୬ଷ୍ଠ ସନ୍ଧ୍ୟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ପଶ୍ଚିମବଙ୍ଗ ସୀମାନ୍ତରେ ଦୀର୍ଘ ୧୫ବର୍ଷ ଧରି ଚାଲିଆସୁଥିବା ଜଳେଶ୍ୱର ମହୋତ୍ସବକୁ ଏକ ଲୋକ ମହୋତ୍ସବରେ ପରିଣତ କରିବା ପାଇଁ ପ୍ରଶାସନ ଓ ଅଂଚଳବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଓଡିଶାର ପୂର୍ବତନ ଅତିରିକ୍ତ ଡିଜି ଗୋପବନ୍ଧୁ ମଲ୍ଲିକ ମତବ୍ୟକ୍ତ କରିଛନ୍ତି । ଗତ ରବିବାର ଦିନ ୬ଷ୍ଠ ସଂଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତରୂପେ ଯୋଗ ଦେଇ ଏହି ମହୋତ୍ସବ ଦ୍ୱାରା ଉଭୟ ରାଜ୍ୟ ମଧ୍ୟରେ ଭାଇଚାରା ଓ ସଂହତି ବଜାଇ ରହିବ ବୋଲି ପ୍ରକାଶ କରିଥିଲେ । କମିଟିର ପୂର୍ବତନ ସଭାପତି ଇଂ ରାମଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠି ସଭାରେ ମୁଖ୍ୟ ଅତିଥି ରୂପେ ଚୌଦ୍ୱାର କଲେଜର ପୂର୍ବତନ ଅଧ୍ୟକ୍ଷ ଜୟକୃଷ୍ଣ ମହାନ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରେ ସୁବ୍ରତ କୁମାର ରଣା ଅତିଥି ପରିଚୟ କରିଥିବା ବେଳେ ଶେଷରେ ପୂର୍ବତନ ସରପଂଚ ମଧୁସୂଦନ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ରୂପେ ଯୋଗ ଦେଇଥିବା ଥାଇଲାଣ୍ଡ ଦେଶର ମିଷ୍ଟର ୱାଟାନାଙ୍କୁ ମୁଖ୍ୟ ଅତିଥି ସମ୍ବଦ୍ଧିତ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟ ପରିବେଶଣ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା