ଜଳେଶ୍ୱର ମୁଖ୍ୟ ଡାକଘର ପୋଷ୍ଟାମାଣ୍ଟରଙ୍କ ଅକାଳ ବିୟୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମୁଖ୍ୟ ଡାକଘରର କାର୍ଯ୍ୟରତ ପୋଷ୍ଟ ମାଷ୍ଟର ଦୁସ୍ମନ୍ତ ନାୟକ (୫୨)ଙ୍କର ଆଜି ଭୋର ସମୟରେ ଜଳେଶ୍ୱରସ୍ଥିତ ସରକାରୀ ବାସଭବନରେ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଗତ ଶୁକ୍ରବାର ସେ ସାମାନ୍ୟ ଅସୁସ୍ଥ ଥାଇ ଚିକିତ୍ସାଧିନ ଥିଲେ । ରାତିରେ ଯନ୍ତଣାରେ ଚିତ୍କାର କଲାବେଳେ ତାଙ୍କ ସ୍ତ୍ରୀ ତ୍ରିବେଣୀ ତାଙ୍କର ରକ୍ତବାନ୍ତି ହୋଇଥିବା ଦେଖିବାକୁ ପାଇଥିଲେ । ଭୋର ୫.୩୦ମି. ସମୟରେ ଆମ୍ବୁଲାନ୍ସ ଯେଗେ ଜିକେଭଟ୍ଟର ହସ୍ପିଟାଲକୁ ନିଆସିବାପରେ ସେଠାରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ଜଣାଯିବାପରେ ଜଳେଶ୍ୱର ଅଂଚଳର ସମସ୍ତ ଡାକଘର କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ସହିତ ବହୁମାନ୍ୟଗଣ୍ୟବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ଶବ ବ୍ୟବଚ୍ଛେଦପରେ ତାଙ୍କ ମରଦେହକୁ ପୁଅ ଆଶିଷ ଓ ପରିବାରବର୍ଗ ତାଙ୍କ ଜନ୍ମସ୍ଥାନ ମୟୂରଭଂଜ ଜିଲାର ରାଇରଙ୍ଗପୁରକୁ ନେଇଯାଇଥିଲେ । ପୋଷ୍ଟାଲ ଇନିସ୍ପେକ୍ଟର ଆଦିତ୍ୟ କୁମାର ଜେନା ଓ ସରୋଜ ବସ୍ତି, ଏପିଏମ୍ ଜ୍ୟୋତିନ୍ଦିୟ ରଣା, ଗୌରାଙ୍ଗ ବେହେରା, ଜୟ ହେମ୍ବ୍ରମ, ସତ୍ୟପ୍ରକାଶ ପରିଡା ଓ ଅନ୍ୟକର୍ମଚାରୀମାନେ ସହଯୋଗ କରିଥିଲେ । ତାଙ୍କ ମୃତ୍ୟରେ ଗଭୀର ଶୋକର ଛାୟା ଖେଳି ଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା