ଜଳେଶ୍ୱର (ସମୃଦ୍ଧ ଓଡିଶା) ପବିତ୍ର ହିନ୍ଦୁ ସାମ୍ରାଜ୍ୟ ଦିବସ ଉପଲକ୍ଷେ ବାଳେଶ୍ୱର ଜିଲାର ଜଳେଶ୍ୱରର ଯୁବଶକ୍ତି ସଂସ୍ଥା ଦ୍ୱାରା କାଶିଡିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମବାସୀଙ୍କ ସହାୟତାରେ ଆୟୋଜିତ ଏହି ଶିବିରକୁ ଶିକ୍ଷାବିତ୍ କମଳାକାନ୍ତ ଚନ୍ଦ ଓ ଜଳେଶ୍ୱର ଯୁବଶକ୍ତିର ସଭାପତି ଇଂ ମନିନ୍ଦ୍ର କୁମାର ଦାସ ମିଳିତଭାବେ ଉଦ୍ଘାଟନ କରିଥିଲେ । ଏକ ଆଧ୍ୟାତ୍ମିକ ପରିବେଶରେ ରାଧାକୃଷ୍ଣଙ୍କର ମୂର୍ତ୍ତିପୂଜା, ହନୁମାନ ଚାଳିଶା ପାଠ ଇତ୍ୟାଦି ମଧ୍ୟରେ ରକ୍ତଭଣ୍ଡାର ଡା. ମହେଶ କୁମାର ବିଶ୍ୱାଳ, ରକ୍ତଦାତା ଜିଲା ସଭାପତି କମଳ ଚକବର୍ତ୍ତୀ, ଡ. ଅଜିତ୍ କୁମାର ମହାନ୍ତି, ସୁଶାନ୍ତ କୁମାର ଦାସ, ସମିତି ସଦସ୍ୟ ସଂଜୟ ମହାନ୍ତି, ସଂଜିବ କୁମାର ସେନାପତି, ମାନସ କୁମାର ପାଠୀ, ସତ୍ୟଜିତ୍ ଧଳ, ଲକ୍ଷ୍ମିନାରାୟଣ କର, ସୁକୁମାର ରଣା, ମାଳବିକା ଗିରି, ମହେନ୍ଦ୍ର ପାତ୍ର, କାର୍ତ୍ତୀକ ସାହୁ, କାହ୍ନୁଚରଣ ଚନ୍ଦ୍ର, ଧିରେନ୍ ଚନ୍ଦ, ମୃତ୍ୟୁଞ୍ଜୟ ନନ୍ଦୀ, ଚୈତନ୍ୟ ଚନ୍ଦ, ଗଜେନ୍ଦ୍ର ଚନ୍ଦ, ଗୌରୀ ଶଂକର ଦେ, ସର୍ବେଶ୍ୱର ରାଜ, କମଳଲୋଚନ ସାହୁ, ଦିଲ୍ଲିପ ରାଉ, ପ୍ରଣବ ଖଣ୍ଡା, ହେମନ୍ତ ଜେନା, ଗୌରଗୋପାଳ ଦାସ, ଆଶିଷ ଗିରି, ଦିବେନ୍ଦୁ ମାଇତି, ମନୋରଂଜନ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟେକ ରକ୍ତଦାତାଙ୍କୁ ମାକ୍ସ ବଣ୍ଟନ କରାଯାଇଥିଲା । ଡ. ବିଶ୍ୱାଳ, ଟେକ୍ନିସିଆନ ଦେବାଶିଷ ଦତ୍ତ ରକ୍ତ ସଂଗ୍ରହରେ ସହାୟତା କରିଥିଲେ । କରୋନା ସମୟରେ ଏତେ ଅଧିକ ରକ୍ତ ସଂଗ୍ରହ ସମଗ୍ର ଜିଲ୍ଲାରେ ଏହା ପ୍ରଥମ ।
ରିପୋର୍ଟ : ଭୂପତି କୁମାର ପରିଡା