ଜଳେଶ୍ୱର ଷ୍ଟେସନରେ ସିନିୟର ଡିସିଏମଡିଙ୍କ ଅଚାନକ ଗସ୍ତ : ବେଆଇନ୍ ପାଣି ବୋଟଲ ବିକ୍ରି ଅଭିଯୋଗରେ ଜୋରିମାନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣପୂର୍ବ ରେଳପଥର ଖଡଗପୁର ଡିଭିଜନର ସିନିୟର ଡିସିଏମ୍ (ଜି) ଏ.କେ ତିର୍କେ ଗତକାଲି ଜଳେଶ୍ୱର ଷ୍ଟେସନକୁ ଅଚାନକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଜଳେଶ୍ୱର ଷ୍ଟେସନର କିପରି ଅଧିକ ରାଜସ୍ୱ ଆଦାୟ ହୋଇପାରିବ ସେ ସଂପର୍କରେ ଟିକେଟ୍ ଚେକିଂ ସ୍କୁର୍ଡ ଦ୍ୱାରା ବାରମ୍ବାର ଚଡାଉ କରିବା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଜଳେଶ୍ୱର ଷ୍ଟେସନର ୨ନଂ ପ୍ଲଟଫର୍ମର ଥିବା ଟି-ଷ୍ଟଲ ଯାଞ୍ଚକରି ବିକ୍ରିକରୁଥିବା ବିଭିନ୍ନ ବେଆଇନ୍ ପାଣିବଟଲ ସଂପର୍କରେ ସେ ଜାଣିବାକୁ ପାଇଥିଲେ । ରେଳ ବିଭାଗ ଦ୍ୱାରା ଅନୁମୋଦିତ ହୋଇନଥିବା କମ୍ପାନୀର ପାଣିବଟଲ ବିକ୍ରି କରିବା ଅଭିଯୋଗରେ ସଂପୃକ୍ତ ଟିଷ୍ଟଲ ମାଲିକକୁ ୫୦୦ଟଙ୍କା ଜୋରିମାନା ଦେବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଯାଞ୍ଚ ସମୟରେ ଚିଫ୍ ଟିକେଟ୍ ଇନସ୍ପେକ୍ଟର ଏଫ.ଡି. ତିର୍କେ, କମାରସିଆଲ ଇନିସ୍ପେକ୍ଟର ଅନୀଲ ଜରାଇ, ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ, କମାର୍ସିଆଲ ସୁପରଭାଇଜର କମଳ ଲୋଚନା ପାତ୍ର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା