ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନଙ୍କ ପରିଚାଳନାରେ ଛାତ୍ରଛାତ୍ରୀମାନେ ଉକ୍ତ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଏସ୍ଏମ୍ଡିସିର ବରିଷ୍ଠ ସଦସ୍ୟ ଡ. ଈଶ୍ୱର ଚନ୍ଦ୍ର ଜେନା ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟରଂଜନ ଦାସ, ଅଶୋକ କୁମାର ଦାସ, ସତ୍ୟବ୍ରତ ପ୍ରଧାନ, ଚନ୍ଦନ ସେଠୀ ପ୍ରଭୃତି ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଦ୍ୟାପତି ଦେ, ରାଜେନ୍ଦ୍ର କୁମାର ପାଣିଗ୍ରାହୀ, ସରୋଜ କୁମାର ସାସମଲଙ୍କ ତତ୍ୱାବଧାନରେ ୬୨ଟି ପ୍ରକଳ୍ପ ବିଜ୍ଞାନ ମେଳାରେ ସ୍ଥାନ ପାଇଥିଲା । ବିଚାରକ ଭାବେ ଦିନବଂଧୁ ଦାସ, ଦରିପଦ ସିଂ, ବିଷ୍ଣୁପଦ ଦାସ ପ୍ରମୁଖ ବରିଷ୍ଠ ବିଜ୍ଞାନ ଶିକ୍ଷକମାନେ ଯୋଗ ଦେଇଥିଲେ । ସିନିୟର ବିଭାଗର ବନ୍ଦିତା ଜେନା, ଅଭିଜ୍ଞାନ ନନ୍ଦି, ଶୁଭମ୍ ଜେନା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ବିଭାଗରୁ ସୁଶାନ୍ତ ସୈନିକ, ଜଗନ୍ନାଥ ପାଢୀ ଓ ସ୍ମୃତିରେଖା ପରିଡା, ଅବିନାଶ ନନ୍ଦି ଯଥାକ୍ରମେ ପ୍ରଥମ, ଯୁଗ୍ମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଯୋଗ୍ୟ ପ୍ରତିଯୋଗୀମାନେ ଆସନ୍ତା ବ୍ଲକ ସ୍ତରୀୟ ବିଜ୍ଞାନମେଳାରେ ଭାଗ ନେବେ ବୋଲି ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନ ଘୋଷଣା କରିଛନ୍ତି । ବିଦ୍ୟାଳୟର ଶିକ୍ଷକ ହରେକୃଷ୍ଣ ଜେନା, ପୂର୍ଣ୍ଣଚନ୍ଦ୍ର ଭୂୟାଁ, ମନୋରଂଜନ ମଲ୍ଲିକ, ମନୋଜ କୁମାର ପାଣି, ରାଧାଗୋବିନ୍ଦ ଜେନା, ମମତା ମହାନ୍ତି, ସ୍ୱର୍ଣ୍ଣପ୍ରଭା ଦାସ, କଲ୍ୟାଣୀ ନନ୍ଦୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା