ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଶାନ୍ତିଆ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟର ସଭାପତି ଗୈାରୀ ଶଙ୍କର ଦାସ, ସଂପାଦକ କପିଳେଶ୍ୱର ମହାନ୍ତି ତଥା ମୁଖ୍ୟ ଅତିଥି ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ଦେ ଉଦଘାଟନ କରିବା ସଙ୍ଗେ ସଙ୍ଗେ ଖେଳର ବିଭିନ୍ନ ଦିଗଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଉତ୍ସବର ଆରମ୍ଭରେ ଏକ କ୍ରୀଡା ଜ୍ୟୋତି ଶାନ୍ତିଆଶିବ ମନ୍ଦିର ନିକଟରୁ ଖେଳ ପଡିଆକୁ ଆସିଥିଲା ତାପରେ କ୍ରୀଡା ପତାକା ଉତୋଳନ କରାଯାଇ ସମସ୍ତଛାତ୍ର ଛାତ୍ରୀମାନେ ଶପଥ ପାଠ କରିଥିଲେ । ଏହି କ୍ରୀଡାରେ ମୋଟ ୭୩୨ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କିଶୋର ବର୍ଗ, ବାଲ ବର୍ଗ, ଶିଶୁ ବର୍ଗ ଓସ୍ୱତନ୍ତ୍ର ବର୍ଗର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ୧୬୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ଛାତ୍ର ବିଶ୍ୱଜିତ ମହାନ୍ତି ଓ ଛାତ୍ରୀ ପ୍ରଜ୍ଞା ପାରମିତା ଦେ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ବିମ୍ବାଧର ମହାନ୍ତି ଓ ଉପ ସଭାପତି ବନବିହାରୀପ୍ରଧାନ କ୍ରୀଡା ଜ୍ୟୋତିକୁ ନିର୍ବାପିତ କରି ଖେଳ ଧ୍ୱଜକୁ ଅବତରଣ କରିବା ସହ କ୍ରୀଡା ଉତ୍ସବକୁ ଉଦଯାପନ କରିଥିଲେ । ଖେଳର ମୁଖ୍ୟ ପରିଚାଳକ ରଣଜିତ ଗୁରୁଜୀ ତଥା ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକାମାନେ ଶୃଙ୍ଖଳିତ ଭାବରେ ଖେଳକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା