ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ହଷ୍ଟେଲରୁ ଛାତ୍ର ଫେରାରକୁ ନେଇ ସହରରେ ଆଲୋଡନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ବଡବଜାରଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ହଷ୍ଟେଲରୁ ଜଣେ ଛାତ୍ର ଫେରାର ହେବା ଘଟଣାକୁ ନେଇ ସହରରେ ଆଲୋଡନ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ ଭୋଗରାଇ ଥାନା ଅନ୍ତର୍ଗତ ହାଣ୍ଡିପଡା ଗାଁର କାହ୍ନୁଚରଣ ଦାସଙ୍କ ୧୩ବର୍ଷର ପୁଅ ଗୋବିନ୍ଦ ଦାସ ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୮ମ ଶେଣୀରେ ଅଧ୍ୟୟନ କରିଆସୁଛନ୍ତି । ଆଜି ଭୋର ୫ଟାରେ ଗୋବିନ୍ଦ କାହାକୁ କିଛି ନ କହି ହଷ୍ଟେଲରୁ ଅନ୍ୟତ୍ର ଚାଲି ଯାଇଥିବାର ଥାନରେ ଅଭିଯୋଗ ହୋଇଛି । ଏ ସଂପର୍କରେ ସିସିଟିଭି ଫୁଟେଜରୁ ଜଣାଯାଇଛି ଭୋର ୫ଟାରେ ଗୋବିନ୍ଦ ୨ୟ ମହଲାରେ ଶୋଇଥିବା ବିଛଣାରୁ ଉଠି ପାଣି ପାଇପ୍ ଜରିଆରେ ତଳକୁ ଓହ୍ଲାଇ କୁଆଡେ ଚାଲି ଯାଇଛି । ଖବର ପାଇ ତାର ମା ଗୀତାରାଣୀ ଦାସ ଓ ପରିବାରବର୍ଗ ଜଳେଶ୍ୱର ଶିଶୁ ମନ୍ଦିରରେ ପହଞ୍ଚିଛନ୍ତି । ସରସ୍ୱତୀ ଶିଶୁ ମନ୍ଦିର ଓ ମା ଗୀତାରାଣୀଙ୍କ ପକ୍ଷରୁ ପୃଥକ ପୃଥକ ଅଭିଯୋଗ ଜଳେଶ୍ୱର ଥାନାରେ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା