ଜଳେଶ୍ୱର ସହରରେ ଦିନ ରାତ୍ରି ଜଳୁଛି ଷ୍ଟ୍ରୀଟ୍ ଲାଇଟ୍ : ନିଦରେ ଶୋଇଛନ୍ତି କର୍ତ୍ତୃପକ୍ଷ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ବିଦ୍ୟୁତ୍ ବଂଚାଇବା ପାଇଁ ବିଭିନ୍ନ ଉନ୍ନତ ମାନର ଜ୍ଞାନ କୌଶଳ ପ୍ରୟୋଗ କରୁଥିବା ବେଳେ କେତେକ ଅଧସ୍ଥନ କର୍ମଚାରୀ ଏଥିପ୍ରତି ଗରୁତ୍ୱ ଦେଉନଥିବା ଦେଖିବାକୁ ମିଳୁଛି । ଜଳେଶ୍ୱର ମ୍ୟୁନିସିପାଲଟି ନେସ୍କୋର ଦେୟ ପ୍ରତିମାସ ଦେଇପାରୁନଥିବା ବେଳେ ଦିନରେ ଷ୍ଟ୍ରିଟ ଲାଇଟ୍ ଜଳିବା ଏଥିନେଇ ମ୍ୟୁନିସିପାଲ୍ଟିର ବିଭିନ୍ନ ସ୍ଥାନରେ ଆଲୋଚ୍ୟର ବିଷୟ ହୋଇଛି । ଜଳେଶ୍ୱର ସହରର କେତେକ ରାସ୍ତାରେ ଦିନରାତି ସବୁବେଳେ ଷ୍ଟ୍ରିଟ୍ ଲାଇଟ୍ ଜଳୁଥିବା ଦେଖିବାକୁ ମିଳୁଛି । କୋର୍ଟ ବଜାର ଠାରୁ ଶାନ୍ତିଆ ଅଂଚଳର ବିଭିନ୍ନ ରାସ୍ତାରେ ଦିନ ତମାମ ଷ୍ଟ୍ରିଟ ଲାଇଟ୍ ଜଳୁଥିଲେ ମଧ୍ୟ ସେଥିପ୍ରତି କୌଣିସି କର୍ତ୍ତୃପକ୍ଷଙ୍କ ନିଘାନାହିଁ । ଏଥିପ୍ରତି କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାଯ୍ୟ;ାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା