ଜଳେଶ୍ୱର ୭ମ ପଂଚାୟତ ସମିତି ବୈଠକରେ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା, ବର୍ଷାଋତୁ ପୂର୍ବରୁ ବହୁ ସମସ୍ୟାକୁ ନେଇ ଆଲୋଚନା : ବିଦ୍ୟୁତ୍ ଯୋଗାଣକୁ ନେଇ ହଟ୍ଟଗୋଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ପଂଚାୟତ ସମିତିର ସମ୍ମଳିନୀ କକ୍ଷରେ ୭ମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷା ସବିତାରାଣୀ ଦଳେଇଙ୍କ ପୌରହିତ୍ୱରେ ଅନୁଷ୍ଠିତ ସଭାରେ ୨୦୧୯ ନିର୍ବାଚନରେ ସମଗ୍ର ଜିଲାରେ ସର୍ବାଧିକ ଭୋଟ ବ୍ୟବଧାନରେ ଜିଣିଥିବା ଅଶ୍ୱିନୀ କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବର୍ଷାଋତୁ ପୂର୍ବରୁ ବନ୍ଧବାଡ ନିର୍ମାଣ ଓ ମରାମତି, ବନ୍ୟର ସମସ୍ୟାର ସମାଧାନ ଲାଗି ବିଭିନ୍ନ ସ୍ଥାନରେ ପଥରବନ୍ଧ ଓ ସ୍ପର ନିର୍ମାଣକୁ ନେଇ ସମିତି ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ପାତ୍ର ମଧ୍ୟ ମାକିଡିଆ ନିକଟରେ ୮ଟି ସ୍ପର, ପଥରବନ୍ଧ ନିର୍ମାଣ ହେବା, ଜଳେଶ୍ୱର ରିଂ ବନ୍ଧ ସଂପର୍କରେ ବିଭାଗଠାରୁ ପ୍ରସ୍ତାବ ସଂପର୍କରେ କହିବାରୁ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ ଧିରେନ୍ଦ୍ର ନାଥ ଦାସ ସେ ସବୁର ଉତ୍ତର ଦେବା ସହିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ବୋଲି ଗୃହକୁ ଆଶ୍ୱାସନା ଦେଇଥିଲେ । ମାତ୍ର ବର୍ଷଋତୁ ଆସିବାକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଅଦ୍ୟାବଧି କୌଣସି କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ନିର୍ବାଚିତ ପ୍ରତିନିଧିମାନେ କ୍ଷୋଭପ୍ରକାଶ କରିଥିଲେ । ସେହିପରି ବିଭିନ୍ନ ପଂଚାୟତ ର ପାନୀୟ ଜଳ ସମସ୍ୟା, ଟ୍ୟୁବୱେଲ ମରାମତି ପ୍ରଭୃତି ସଂପର୍କରେ ପ୍ରତିନିଧିମାନେ ବୈଠକରେ ଉପସ୍ଥାପନ କରିବା ମାତ୍ରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଇଂ ଓମ୍ପ୍ରକାଶ ଜେନାଙ୍କ ଗୃହକୁ ଦେଇଥିବା ଉତ୍ତରରେ ସମସ୍ତ ଅସନ୍ତୋଷ ପ୍ରକାଶ କରିଥିଲେ । ବସୁଧା ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ପ୍ରକଳ୍ପ ଗୁଡିକରୁ ପାଣି ଠିକ ଭାବେ ଆସୁନଥିବାରୁ ଗୃହାରେ ହୋ ହାଲ୍ଲା ପ୍ରକାଶ ହୋଇଥିଲା । ସେହିପରି କୃଷି ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ଯଥା କାଳିଆ, ଚାଷୀଙ୍କୁ ମାଗଣା କିଟ ପ୍ରଦାନ, ବିହନ ସଂପର୍କରେ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । କୃଷି ବିଭାଗର କୌଣସି ବରିଷ୍ଠ ଅଧିକାରୀ ଏବଂ ଉଦ୍ୟାନ ବିଭାଗର କୌଣସି କର୍ମଚାରୀ ଉପସ୍ଥିତ ନ ଥିବାରୁ ସମସ୍ତ ପିଆର୍ଆଇ ମେମ୍ବରମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ଜଳେଶ୍ୱର ଅଂଚଳରେ ବିଦ୍ୟୁତ ଯୋଗାଣ, ମରାମତିକୁ ନେଇ ପ୍ରଥମରୁ ହୋ ହାଲ୍ଲା ଆରମ୍ଭ ହୋଇଯାଇଥିଲା । ଏସ୍ଡିଓ ଇଂ ଚିନ୍ମୟ କୁମାର ବେହେରା ଓ କନିଷ୍ଠ ଯନ୍ତ୍ରୀ ମରନସ ରଂଜନ ପଣ୍ଡା, ରଣଜିତ୍ ବେହେରା ଓ ଜ୍ୟୋତିଶଂକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ମଧ୍ୟ ସଦସ୍ୟ ମାନଙ୍କର କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଫନି କାର୍ଯ୍ୟରେ ବିଦ୍ୟୁତ୍ ବିଭାଗ ଠିକାଦାର ମାନେ ପୁରୀ ଜିଲା ଗସ୍ତରେ ଥିବାରୁ ଜଳେଶ୍ୱର ଅଂଚଳର ବିଭିନ୍ନ ପଂଚାୟତରେ ଚାଲୁ ରହିଥିବା ସୌଭ।।ଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ସଫେ଼ଇ ଦେଇଥିଲେ । ଶେଷରେ ବିଧୟକ ଶ୍ରୀ ପାତ୍ରଙ୍କ ହସ୍ତକ୍ଷେପ କରିବାଫଳରେ ଆସନ୍ତା ୧ମାସ ମଧ୍ୟରେ ଅଂସପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବାର ପ୍ରତିଶୃତି ହେବାପରେ ଗୃହ ସମାପ୍ତ ହୋଇଥିଲା । ଉକ୍ତ ବୈଠକରେ ବିଡିଓ ନିତ୍ୟାନନ୍ଦ ସାହୁ, ତହସିଲଦାର ଅଭିମନ୍ୟୁ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ବ୍ରହଜମୋହନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିବା ବେଳେ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସୁଜୟ କୁମାର ଚାନ୍ଦ, ମୁଖ୍ୟ କିରାଣୀ ଅଧିର କୁମାର ପ୍ରମାଣିକଙ୍କ ସମେତ ୩୫ଟି ପଂଚାୟତର ସରପଂଚ ଓ ସଦସ୍ୟ ଓ ଜିଲାପରିଷଦ ଗୌରହରି ଜେନା ଓ ମାନିନୀ ପ୍ରମାଣିକ ଉକ୍ତବୈଠକରେ ଆଲୋଚନାରେ ଭାଗ ନେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା