ଜଳ ନିଷ୍କାସନ ଦାବିରେ ପୁତ୍ତବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅହରାତ୍ର ଅନଶନ ଧର୍ମଘଟ, ୨ ଦିନ ପରେ ବି ବାହାରି ପାରିନି ନିଷ୍କସ : ଜଣେ ଗୁରୁତର ଚିକିତ୍ସାଧିନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ନିମ୍ପୋ ଅଂଚଳରେ ଚଳିତ ବର୍ଷାରେ ପାଣି ଜମି ରହିବା ଫଳରେ ହଜାର ହଜାର ଏକର ଚାଷ ଜମି ପଚିବା ସହିତ ବହୁ ଲୋକଙ୍କ ଘରେ ପାଣି ପଶିଥିଲା । ୫୭ନଂ ରାଜ୍ୟ ରାଜପଥର ନାମ୍ପୋଠାରେ ନୟନଯୋରୀ ଅବରୋଧ ଓ ପୋଲ ସମ୍ମୁଖ ସ୍ଥିତିବାନ ଜାଗାରେ ଏକ ଘର ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି ତାହାର ସମାଧାନ ହୋଇ ନାହିଁ । ନୟନଯୋରୀରେ ଏକ ଟ୍ରେନ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ଦିବା ୧୨ ଘଟିକାରୁ ଜଳେଶ୍ୱର ପୁର୍ତ୍ତବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନରେ ବସିଛନ୍ତି । ସୋମବାର ସଂଧ୍ୟାରେ ବାଲେଶ୍ୱରରୁ ନିର୍ବାହୀଯନ୍ତ୍ରୀ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲୋ ଏକ କଂକ୍ରିଟ ଡ୍ରେନ ନିର୍ମାଣ ଲାଗି ପ୍ରତିଶୃତି ଦେଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଆଜି ଦିନ ତମାମ ଧର୍ମଘଟରେ ବସିଥିବା ଦେଖିବାକୁ ମିଳିଛି । ମଧ୍ୟାହ୍ନରେ ହରିଶ ହୁଇ ନାମକ ଜଣେ ଆନ୍ଦୋଳନକାରୀ ହଠାତ୍‌ ଗୁରୁତର ହେବାରୁ ଡାକ୍ତର ଆସି ଚିକିତ୍ସା କରାଯିବା ସେ ପରେ ସୁସ୍ଥ ହୋଇଥିଲେ । ଖବର ଲେଖାହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଛି । ଜଗଦିଶ ପ୍ରଧାନ, ବିଜୟ କୁମାର ପାତ୍ର, ଜ୍ୟୋତିବ୍ରହ୍ମ ଦେ, ସୁଧିର କୁମାର ଭୂୟାଁ ପ୍ରମୁଖ ଅନଶନରେ ବସିଥିବା ବେଳେ ସରୋପ କୁମାର ହୁଇ, ପ୍ରଣବ ବାରିକ, ପ୍ରଦୀପ କୁମାର ମହାନ୍ତି, ଅଜୟ କୁମାର ଦେ, ହରିଶ ହୁଇ, ସୁଶାନ୍ତ ମହାନ୍ତି, ସୁକେଶ ସେଣ, ରତନ କୁମାର ଜେନା, ଗୋବିନ୍ଦ ପ୍ରଧାନ, ସୁମତି ଦେ, ସୁନିଲ ପାତ୍ର, ସାବିତ୍ରୀ ଜେନା, ଦେବୁଦତ୍ତ, ତପନ ବିଶ୍ୱାଳ, ପ୍ରତାପ ସେନାପତି, ଅରୁଣ ବେଜ, ବୁଲୁ ପ୍ରଧାନ ପ୍ରମୁଖ ବହୁ ବ୍ୟକ୍ତି ଧାରଣାରେ ବସିଥିବା ଜଣାଯାଇଛି । ଏ ସମ୍ପର୍କରେ ସହକାରୀ ନିର୍ବାହୀଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ ୧ କୋଟି ଟଙ୍କାର ଏକ ପ୍ରକଳ୍ପ ଲାଗି ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇଥିବା କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା