
ବେଲପତ୍ରରେ ଭରପୁର ଔଷଧୀୟ ଗୁଣ ଭରି ରହିଛି । ଏହାସହ ବେଲପତ୍ର ଭଗବାନ ଶିବଙ୍କର ଅତି ପ୍ରିୟ । ବେଲପତ୍ରରେ ଭିଟାମିନ ଏ, ବି, ସି, କ୍ୟାଲସିଅମ୍ ଏବଂ ଆଇରନ୍ ରହିଥାଏ । ବେଲପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ସକାଳୁ ଉଠି ତିନିରୁ ଚାରିଟି ବେଲପତ୍ର ଖାଇବା ଦ୍ୱାରା ବଦହଜମି, ଏସିଡ଼ିଟି, ଗ୍ୟାସ୍ ଏସବୁ ରୋଗ ଯଦି ଥାଏ ତେବେ ନିୟନ୍ତ୍ରଣ ହେଇଥାଏ । ହୃଦ୍ରୋଗୀ ଓ ଡାଇବେଟିସ୍ ରୋଗୀ ପ୍ରତିଦିନ ବେଲ ପତ୍ର ଖାଇବା ଦ୍ୱାରା ରକ୍ତଚାପ ଓ ଡାଇବେଟିସ୍ ନିୟନ୍ତ୍ରଣରେ ରହେ।ଯଦି ଆପଣଙ୍କର କେଶ ପ୍ରବଳ ମାତ୍ରାରେ ଝଡୁଛି ତେବେ ସତେଜ ବେଲ ପତ୍ର ଖାଆନ୍ତୁ । ଦେଖିବେ କେଶ ଝଡ଼ିବା କମିଯିବ । ଆପଣଙ୍କ ଶରୀରରେ ଯଦି ବ୍ରଣ କିମ୍ବା ଯାଦୁ କାଛୁ କୁଣ୍ଡିଆ ହୋଇଥାଏ ତେବେ ସେହି ସ୍ଥାନରେ ବେଲପତ୍ର ରସ ଲଗାଇବା ଦ୍ୱାରା ଦାଗ ସମ୍ପୂର୍ଣ୍ଣ ଦୂର ହେଇଥାଏIଯଦି ଆପଣ ପାଇଲ୍ସ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ପ୍ରତିଦିନ ବେଲ ପତ୍ର ଖାଇବା ଦ୍ୱାରା ଲାଭ ମିଳିଥାଏ ।