ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୂବର୍ଣ୍ଣମାଳା ବିଷୋୟୀଙ୍କ ପୁସ୍ତକ “କଥା ସେହି ସବୁଦିନ”ର ଲୋକାର୍ପିତ …

ଛତ୍ରପୁର (ସମୃଦ୍ଧ ଓଡିଶା)  ଛତ୍ରପୁର ସହରର ଜାତୀୟ ପ୍ରାପ୍ତ  ପ୍ରଧାନ ଶିକ୍ଷୟତ୍ରୀ ସୁବର୍ଣ୍ଣମାଳା ବିଷୋୟୀଙ୍କ ଦ୍ୱାରା  ରଚିତ ପୁସ୍ତକ “କଥା ସେହି ସବୁଦିନ”ର  ଶୁଭ ଉନ୍ମୋଚନ ଉତ୍ସବ  ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପାଠାଗାରାରେ ଅନୁଷ୍ଠିତ  ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ବରିଷ୍ଠ ଆଇନଜିବୀ  ଅମରେଶ ମିଶ୍ର “ କଥା ସେହି ସବୁଦିନ” ପୁସ୍ତକଟିକୁ ଲୋକର୍ପିତ କରିଛନ୍ତି । ମୁଖ୍ୟ ବକ୍ତା ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଉପସଚିବ କୁଳମଣି ଓଝା , ସମ୍ମାନୀୟ ଅତିଥୀ ଭାବେ  ଓଡିଶା ସାହିତ୍ୟ ଏକାଡେମୀ  ବରିଷ୍ଠ ସଦସ୍ୟ  ଅକ୍ଷୟ କୁମାର ରାଉତ, ସୁଶାନ୍ତ କୁମାର ଦାସ , ଡଃ .ଲମ୍ବୋଧର ପାଣିଗ୍ରାହୀପ୍ରମୁଖ ଯୋଗଦେଇ ଶ୍ରୀମତି ବିଷୋୟୀଙ୍କ ସାହିତ୍ୟ ଓ ଓଡିଆ ଭାଷା ସାହିତ୍ୟର ସମୃଦ୍ଧ ଉପରେ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା   ଓଝା ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିବା ସହ  ଲେଖକ ଲେଖିକାଙ୍କର ଭୂମିକା ସମ୍ବନ୍ଧରେ ଉଦବୋଧନ ଦେଇଥିଲେ । ଉକ୍ତ ଉତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫସେର ଜୟକୃଷ୍ଣ ବରାଳ, ପୂର୍ବତନ  ବିଧାୟକ ଅଶୋକ କୁମାର ଚୈାଧୂରୀ,ନାରାୟଣରେଡ୍ଡୀ,ବରିଷ୍ଠ ଶ୍ରମିକ ନେତା ପ୍ରଫୁଲ କୁମାର ପଟ୍ଟନାୟକ, ଡଃ.ଅମୂଲ୍ୟ କୁମାର ତ୍ରିପଠୀ, ଶ୍ରୀନିବାସ ରାଓ, ବ୍ରଜ ମୋହନ ଆଚାର୍ଯ୍ୟ, ଦୁର୍ଯ୍ୟୋଧନ ସେଠୀ, ଅମୀୟ କୁମାର ଧଳ, ଗୈାରୀ ଶଙ୍କର ଶତପଥୀ, ଚନ୍ଦ୍ରମଣି ଦାସ, ସରକାରୀ ଓକିଲ ମନୋଜ କୁମାର ପାଢୀ,  କବି ଅଜିତ୍ ସେଠୀ, ଆର.କେ ନାୟକ,  ଅଧ୍ୟାପକ ଡଃ. ଅଜୟ କୁମାର ତ୍ରିପାଠୀ, ଶୈଳବାଳ ବରାଳ, ମାନସୀ ରାଣି ବିଷୋୟୀ, ରାଜ ଦୁଲ୍ଲାଲୀ ବିଷୋୟୀଙ୍କ ସମେତ ଛତ୍ରପୁର ସହରର ବହୁମାନ୍ୟଗଣ୍ୟବ୍ୟକ୍ତି ଯୋଗଦେଇ ବିଷୋୟୀଙ୍କ ମାନବିକ ମୂଲ୍ୟବୋଧ ତ୍ରୀବନ ସମ୍ବନ୍ଧ ଆଲୋକପାତ କରିଥିଲେ ।ଏହି  ଉତ୍ସବରେ ଜଗତସିଂପୁର ଜିଲ୍ଲାର ରାଷ୍ଟ୍ରପତି  ତଥା ରାଜ୍ୟପାଳପୁରସ୍କାରପ୍ରାପ୍ତ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୈାଭାଗିନୀ  ରାୟ ସଭାପତିତ୍ୱ କରିବା ସହ ଶ୍ରୀମତି ବିଷୋୟୀଙ୍କର ସାମଗ୍ରିକ ଜୀବନ କୃତୀ ଓ ବର୍ତ୍ତମାନର ସମାଜକୁ ନେଇ ତାଙ୍କର ତିକ୍ତ ଓ ମଧୁର ଅନୁଭୂତି ତଥା ପାରିବାରିକ ଜୀବନଧାରା ଓ ସାମାଜିକ ସପୃକ୍ତି ,ଶିକ୍ଷା ଓ ସଂସ୍କୃତି ପାଇଁ ପ୍ରତିବନ୍ଧତା ସମ୍ବନ୍ଧରେ ଆଲୋକପାତ  କରିଥିଲେ । ପୁସ୍ତକର କେଖିକା ଶ୍ରୀମତି ବିଷୋୟୀ ତାଙ୍କ ବକ୍ତବ୍ୟରେ ତାଙ୍କ ପରିବାର ବର୍ଗ, ବନ୍ଧୁ, ଶୂଭେଚ୍ଛୁ ତଥା ଛାତ୍ର/ଛାତ୍ରୀ ମାନଙ୍କର ଉକ୍ତ ପୁସ୍ତକ ପାଇଁ ସହଯୋଗ ରହିଥିବା ବ୍ୟକ୍ତି କରିବା ସହ ସମସ୍ତଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ବକ୍ତବ୍ୟ ସମାପନ କରିଥିଲେ । ପ୍ରଧ୍ୟାପକ  ଅମର ପ୍ରସାଦ ବିଷୋୟୀ ପ୍ରାରମ୍ଭରେ ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ରିପୋର୍ଟ : ନିମାଇଁ ଚରଣ ପଣ୍ଡା