ଜାତୀୟ ପୁରସ୍କାର ପାଇଁ ଓଡିଶାରୁ ୨ ଜଣ ଶିକ୍ଷକ ମନୋନୀତ : ଜଣେ ରାୟଗଡ଼ାରୁ ଓ ଆଉ ଜଣେ କଳାହାଣ୍ଡିରୁ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ । କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତି ଚନ୍ଦ୍ର ସାହୁଙ୍କୁ ପୁରସ୍କାର ପ୍ରଦାନ କରିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ସେପ୍ଟେମ୍ବର ୫, ୨୦୨୪ ଗୁରୁଦିବସରେ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିବେ । ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।

ରିପୋର୍ଟ : ରଜତ ମହାପାତ୍ର