ଜାତୀୟ ପୁଷ୍ଟିକର ମାସ ପାଳନ ଅବସରରେ ପୋଡାମାରୀର ପଞ୍ଚାୟତ ସ୍ତରୀୟ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ବିଜ୍ଞପ୍ତି ପ୍ରକାରେ ଚଳିତ ମାସକୁ ଜାତୀୟ ପୁଷ୍ଟିକର ମାସ ଭାବେ ପାଳନ କରୁଥିବା ସହିତ ଏହି କାର୍ଯ୍ୟକ୍ରମ କାର୍ଯ୍ୟଧାରରେ ଗଞ୍ଜାମ ଜିଲ୍ଲାପାଳଙ୍କ ମାନସ କାର୍ଯ୍ୟକ୍ରମ ‘ମୋ ଗେହ୍ଲା ଝିଅ’କୁ ଅନ୍ତର୍ଭୁକ୍ତ ହୋଇଯାଇଥିବା ଜଣାଯାଇଅଛି । ଚଳିତ ମାସରେ ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ସୌଜନ୍ୟରୁ ପ୍ରତି ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଗର୍ଭବତୀ, ପ୍ରସ୍ତୁତି, ଜନ୍ମରୁ ୬ମାସରୁ ୧ବର୍ଷ ଶିଶୁ ଓ କିଶୋରୀ ବାଳିକାଙ୍କ ସାଧାରଣ ପୃଷ୍ଟିକର ମାନ ଅନୁଯାୟୀ ତଥ୍ୟ ପ୍ରଦାନ ସହିତ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନ୍ତର୍ବତରେ କନ୍ୟା ସନ୍ତାନ ପ୍ରତି ଥିବା ସାମାଜିକ ବିଶେଷକୁ ହରିଭୁତ ପାଇଁ ସଚେତନତା କରାଯିବ ସହିତ କନ୍ୟା, ସନ୍ତାନ ଓ ଜନ୍ମଦାତ୍ରୀ ମାଙ୍କୁ ସରକାରଙ୍କ ତରଫରୁ ସମ୍ବଦ୍ଧିତ କରାଯାଉଥିବା ଲକ୍ଷ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ପୋଡାମାରି ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଜାତୀୟ ପୁଷ୍ଟିକର ମାସ ପାଳନ ସହ ‘ମୋ ଗେଲ୍ହା ଝିଅ’ କାର୍ଯ୍ୟକ୍ରମ ମହିଳା ସରପଞ୍ଚ ଶ୍ରୀମତି ଭାଗ୍ୟଶ୍ରୀ ବିଷୋୟୀଙ୍କ ପୌରହିତରେ ଅନୁଷ୍ଠିତ ହୋଇଅଛି । ପୋଡାମରି ପଞ୍ଚାୟତ ଅନ୍ତର୍ଗତ ୧୨ଗୋଟି ଅଙ୍ଗନବାଡି କେନ୍ଦ୍ର ମହିଳା, କିଶୋରୀ ବାଳିକା, ସହାୟିକ ସଙ୍ଘ, ସଦସ୍ୟା ତଥା ବହୁ କନ୍ୟା, ସନ୍ତାନ ଦାତ୍ରୀ ମା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ସାନଖେମୁଣ୍ଡି ସିଡିପିଓ ମହାଶୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ପଦଯାତ୍ରା ସହିତ ଦୁଇସହରୁ ଅଧିକ ମହିଳା, ଅଙ୍ଗନବାଡି କର୍ମୀ, ସହାୟିକ ସଙ୍ଘ ତଥା କିଶୋରୀ ବାଳିକା କନ୍ୟା ସନ୍ତାନକୁ ଅନାବର ତଥା ସାମାଜିକ ବିଶେଷକୁ ନେଇ ସ୍ଲୋଗାନ ସହ ଗ୍ରାମ ପରିକ୍ରମା କରିଥିଲେ । ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଭାବରେ ସାନଖେମୁଣ୍ଡି ସିଡିପିଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ନେଇ ସାଧାରଣରେ ଅବତାରଣା କରିବା ସହିତ ଚିରାଚରିତ ଆଲୋଚନା ପ୍ରଦାନ କରିଥିଲେ । ପରିଶେଷରେ ପୃଷ୍ଟି ସାଧନ ମାସ ଅନୁର୍ବିତ ଆନୁସଙ୍ଗିକ ବ୍ୟବସ୍ତା ସହିତ ପଞ୍ଚାୟତ ତରଫରୁ ଦଶଜଣ କନ୍ୟା ସନ୍ତାନକୁ ନୂଆଁ ପୋଷାକ ବଣ୍ଟନ କରାଯାଇଥିଲା । ଏହା ସହିତ ମା ମାନଙ୍କୁ ସଂବର୍ଦ୍ଧିତ କରି ପ୍ରୋତ୍ସାହିତ କରାଜାଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଆଇସିଡିଏସ(ICDS) କାର୍ଯ୍ୟାଳୟର ସୁପର ଭାଇଜର, ମିଶନ ଶକ୍ତି ସଂଯୋଜିକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଅଙ୍ଗନବାଡି କର୍ମୀଙ୍କ ସହିତ ଯୁବ ସଂଗଠକ ସନ୍ତୋଷ କୁମାର ବିଷୋୟୀ, ଶତ୍ରୁଘନ ଜେନା ପ୍ରମୁଖ ଆୟୋଜନର ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା