

ଛତ୍ରପୁର (ସମୃଦ୍ଧ ଓଡିଶା) ଜାତୀୟ ପେନସନ ସ୍କିମର କମ୍ପ୍ୟୁଟରୀ କରଣ ତଥା ଅନଲାଇନ ମାଧ୍ୟମରେ ଏହାକୁ ପ୍ରଦାନ କରିବା ପାଇଁ ଏକ କର୍ମଶାଳା ଜିଲ୍ଲା କୋଷାଗାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୋଷାଗାର ଅଧିକାରୀ ଭାଗ୍ୟଧର ମଲ୍ଲିକ ଏହାକୁ ଉଦଘାଟନ କରି ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ତଥା ସରଳୀକରଣ ପାଇଁ ଅନଲାଇନ ମାଧ୍ୟମ ବହୁତ ଉପଯୋଗୀ ବୋଲି ପ୍ରକାଶ କରିଥିଲେ । ଯେଉଁ କର୍ମଚାରୀମାନେ ୨୦୦୫ ମସିହା ପରେ ସରକାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି ସେମାନେ ଏହି ଜାତୀୟ ପେନସନ ସ୍କିମ ଅନ୍ତର୍ଭୁକ୍ତ ହେବେ । ସେମାନଙ୍କର ପେନସନ ରାଶି କିପରି ମାସିକ ଦରମାରୁ ବିଯୋଗ କରାଯାଇ ତାଙ୍କର ବ୍ୟକ୍ତିଗତ ଖାତାରେ ଜମା ରହିବ ଏବଂ ଏ ବାବଦରେ ସରକାରୀ ଅନୁଦାନ ଆନୁପାତିକ ହାରରେ କିପରି ପ୍ରଦାନ କରାଯିବ ତାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ପେନସନ ରାଶି ୧୦ ବର୍ଷ ଜମା ରହିବା ପରେ ଏଥିରୁ କେଉଁ ପରିସ୍ଥିତିରେ ଅର୍ଥ ଉଠାଣ କରାଯାଇପାରିବ ସେ ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଇଥିଲା । ଜିଲ୍ଲା ସ୍ତରରେ ଥିବା ୨୦ ଗୋଟି ବିଭିନ୍ନ ବିଭାଗର କର୍ମଚାରୀମାନେ ଏହି କର୍ମଶାଳାରେ ଯୋଗଦାନ କରିଥିଲେ । କୋଷାଗାରର କର୍ମଚାରୀ ଜିତେନ୍ଦ୍ର କୁମାର ସେଠି, ଇଂ ଅଶୋକ କୁମାର ସେନାପତି, ଟି. ସୌଜନ୍ୟା ରାଓ ଏହି ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କର୍ମଚାରୀ ମାନଙ୍କର ଭିନ୍ନ ଧାରଣା ଦୂର କରିବା ପାଇଁ ସେମାନଙ୍କ ପ୍ରଶ୍ନର ଯଥାଯଥ ଉତ୍ତର ପ୍ରଦାନ କରାଯାଇଥିଲା । ଜିଲ୍ଲାର ୧୦ ଗୋଟି ଉପ କୋଷାଗାରର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା
Very nice
ଧନ୍ୟବାଦ