ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ବକ୍ସରଙ୍କ ସଫଳତା

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା) ପୁନେରେ ଚାଲିଥିବା ତୃତୀୟ ଏଲିଟ୍‌ ପୁରୁଷ ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶାର ୩ଜଣ ବକ୍ସର ଉତ୍ତମ ଖେଳ ପ୍ରଦର୍ଶନ କରି ପରବର୍ତ୍ତି ପ୍ରତିଯୋଗିତା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସନ୍ତୋଷ ଭୋଇ, ତେଲେଙ୍ଗାନା ରାଜ୍ୟର ବି.ସାଇକୁମାରଙ୍କୁ ହରାଇଛନ୍ତି । ଅବ୍‌ଦୁଲ୍‌ ରେହେମାନ୍‌, ଇ.ଈଶ୍ୱରରାଜଙ୍କୁ ଏବଂ ଶୁଭମ୍‌ କୁମାର ଚୌଧୁରୀ ବିହାର ରାଜ୍ୟର ଅମରଜିତ୍‌ କୁମାରଙ୍କୁ ହରାଇ ପରବର୍ତ୍ତି ବାଉଟ୍‌ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ବୋଲି କୋଚ୍‌ ଶିବରାମ ପାତ୍ର ସୂଚନା ଦେଇଛନ୍ତି । ଆହୁରୀ ଅନ୍ୟ ବକ୍ସର୍‌ମାନେ ଉତ୍ତମ ଖେଳ ପ୍ରଦର୍ଶନ କରିବେ ବୋଲି ରେଫେରୀ ଶିଶିର କୁମାର ପାଣିଗ୍ରାହୀ କହିଛନ୍ତି ।