ବ୍ରହ୍ମପୁର (ସମୃଦ୍ଧଓଡିଶା) ଆନ୍ଧ୍ର ପ୍ରଦେଶର ନେଲୋର୍ ଠାରେ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏସଜିଏଫଆଇ ଜାତୀୟ ସ୍ତରୀୟ ବଲ୍ ବ୍ୟାଡ଼ମିଂଟନ ଚମ୍ପିୟନସିପରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କୁସୁମୀ ଆଦର୍ଶ ବିଦ୍ୟାଳୟର ୧୧ ଜଣ ଖେଳାଳୀ ଅଂଶ ଗ୍ରହଣ କରିଛନ୍ତି । ଗତ ଅକ୍ଟୋବର ୨୯ ଓ ୩୦ ତାରିଖରେ କଟକରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଚମ୍ପିୟନସିପ୍ ରେ ଏହି ଖେଳାଳୀମାନେ ଗଂଜାମ ଦଳ ପାଇଁ ଖେଳି ଶ୍ରେଷ୍ଠ ପ୍ରଦର୍ଶନ କରି ଜାତୀୟ ସ୍ତରୀୟ ପ୍ରତିଯୋଗୀତା ନିମନ୍ତେ ଚୟନ ହୋଇଥିଲେ । ଏଥିରେ ଉଭୟ ୧୪ ବର୍ଷର କମ୍ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଛନ୍ତି । ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଓମ୍ ପ୍ରସାଦ ମହାଙ୍କୁଡ଼, ଆଦିତ୍ୟ ଗୌଡ଼, ବି.କିରଣ କୁମାର,ଏମ.ସନ୍ଦୀପ ପାତ୍ର ଏବଂ ବାଳିକା ବିଭାଗରେ ମାନସୀ ପାଣିଗ୍ରାହୀ, ଦୀପା ସେଠୀ, ଶ୍ରୀୟା ରଣା, ସଜ୍ଞା ଜେନା ଓ ସଜ୍ଞା ପାତ୍ର ରହିଛନ୍ତି । ଏହି ଖେଳାଳୀ ମାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଡ଼.ସନାତନ ପଣ୍ଡା, ବିଇଓ ଏସ.ଗିରିଧର, ଆଇପିଇ ଭାଗିରଥି ସ୍ୱାଇଁ, ଆଦର୍ଶ ବିଦ୍ୟାଳୟ ପିଇଟି ମଧୂସୁଦନ ମିଶ୍ର ପ୍ରମୁଖ ଆଶା ପ୍ରକାଶ କରିବା ସହ ଶୁଭାକାମନା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା