ଜାତୀୟ ବାଳିକା ଦିବସ ପାଳନ : ବାଲିବଗଡ ଗ୍ରାମ ସମ୍ପୂର୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ ଘୋଷିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଡାକ ମଣ୍ଡଳ ବିଜିନେସ ଏକଜୁଟିଭ ଗୌରହରୀ ପଣ୍ଡାଙ୍କ ସଂଯୋଜନାରେ ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଲିବଗଡ଼ ଗ୍ରାମ ରେ ଜାତୀୟ ବାଳିକା ଦିବସ ଉତ୍ସବ ପାଳନ ହୋଇଯାଇଛି l ଏହି ଅବସରରେ ବ୍ରହ୍ମପୁର ଡାକ ମଣ୍ଡଳ ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଓ ସହକାରୀ ଡାକ ଅଧିକ୍ଷକ କିରଣ ମାଳା ପଣ୍ଡା ସନମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ପାଢ଼ୀ ଏହି ଅବସରରେ ବାଲିବଗଡ ଗ୍ରାମକୁ ସମ୍ପୂର୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ ଘୋଷଣା କରିଥିଲେ l ଏହି ଗ୍ରାମର ସମସ୍ତ ଦଶ ବର୍ଷରୁ କମ ବୟସର ବାଳିକାମାନଙ୍କର ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଡାକ ଘରେ ଖୋଲାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପୋଷ୍ଟାଲ ଏଜେଣ୍ଟ ରବୀନ୍ଦ୍ର ଗୌଡ଼, ସିଆରପି. ସୌଦାମିନୀ ଗୌଡ଼, ଗ୍ରାମ୍ୟ କମିଟି ସଦସ୍ୟ ମୂଷା ଗୌଡ଼, ଏ. କୁ୍ରେୟl ରେଡ୍ଡୀ, ଅଭିମନ୍ୟୁ ଗୌଡ଼, ଯୁବ ଇଂଜିନିୟର ଅମିତ ଗୌଡ଼ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗ୍ରାମର ଉଭୟ ବାଳିକା ଓ ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ l ଶେଷରେ ଓଭରେସିୟର ଦେବରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା