

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତ ମାର୍ଚ୍ଚ ୨୨ତାରିଖ ଠାରୁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଜାରି କରାଯାଇଥିବା ବେଳେ ସାରା ଦେଶରେ ସବୁ କିଛି କାର୍ଯ୍ୟ ବନ୍ଦ ହୋଇଯାଇଛି । ସମସ୍ତ ଲୋକମାନେ ନିଜ ନିଜ ଘରେ ରହିଛନ୍ତି । ଏହି ଭଳି ପରିସ୍ଥିତିରେ କେବଳ ଜରୁରୀକାଳୀନ ସେବା ହିଁ ଏକମାତ୍ର ଜାରି ରହିଛି । ବିଭିନ୍ନ ଅଞ୍ଚଳରୁ ଜାତୀୟ ରାଜପଥରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଉଥିବା ଲୋକମାନଙ୍କୁ ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ତରଫରୁ ଗାଡିର ଡ୍ରାଇଭର ଓ ହେଲପରମାନଙ୍କୁ ଏବଂ ଅସହାୟ ଅବସ୍ଥାରେ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ସୂଚନା ମିଳିଛି ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା



Thank you Samrudha Odisha