ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଟୋଲପ୍ଲାଜା ନିକଟରେ ଏକ କାର୍ଯ୍ୟାଳୟ ଖୋଲି ରାତିରେ ଯାଉଥିବା ବିଭିନ୍ନ ଯାତ୍ରୀବାହି ବସ୍, ଟ୍ରକ ପ୍ରଭୃତିରୁ ଚାନ୍ଦା ଆଦାୟ କରାଯାଉଥିଲା । ଏହି ଘଟଣା ସଂପର୍କରେ ଜଳେଶ୍ୱର ଏସ୍ଡିପିଓ ଅଂକିତା କୁମ୍ଭାର ଖବର ପାଇ ସେଠାରେ ପହଞ୍ଚି ଦେଉଳା ଗ୍ରାମର ନରୋତ୍ତମ ସେଠୀଙ୍କୁ ଗିରଫ କରି ବାରେ ସକ୍ଷମ ହୋଇଥିଲେ । ଏହି ସମୟରେ ଅନ୍ୟଜଣେ ସହଯୋଗୀ ଚମ୍ପଟ ମାରିଥିଲା । ପେଟ୍ରୋଲିଂ ଦାୟିତ୍ୱରେ ଥିବା ଏଏସ୍ଆଇ ନୟନ ସେଠୀ ଏହି ଚଢାଉରେ ସହଯୋଗ କରିଥିଲେ । ଘଟଣା ସଂପର୍କରେ ଜଳେଶ୍ୱର ଥାନାରେ ୩୪୯/୧୯ ମୂଳେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତୁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା