
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଦ୍ୱିପ୍ରହରରେ ୬୦ନଂ ଜାତୀୟ ରାଜପଥର ଜି.ଟି ରେଷ୍ଟୁରେଣ୍ଟ ସମ୍ମୁଖରେ ଏକ ଟେମ୍ପୋ ଓଡି୦୧ୱାଇ ୧୬୮୦ ଭୋଗରାଇ ଅଂଚଳରୁ ଆସି ରାଜଘାଟ ଅଭିମୁଖେ ଗଲାବେଳେ ହଠାତ୍ ରାସ୍ତାର ଡାହାଣ କଡକୁ ମୋଡିଥିଲା । ଫଳରେ ପଂଚିମବଂଗ ଆଡୁ ଆସୁଥିବା ବୋଲେର ଓଡି୦୧ଏଏ୧୫୧୫ ଧକ୍କା ଦେଇଥିଲା । ଫଳରେ ଟେମ୍ପୋଟି ରାସ୍ତାକଡକୁ ଓଲଟି ପଡିଥିଲା । ଏଥିରେ ଥିବା ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁର ଗ୍ରାମର ରତ୍ନାକର ବେହେରା (୪୫), ନାରାୟଣପୁର ଗାଁର ବାସନ୍ତୀ ବେହେରା (୬୩) ଓ ଓଲପନା ବେହେରା (୪୭) ଏବଂ ଜଳେଶ୍ୱର ଥାନାର ଲକ୍ଷ୍ମଣନାଥ ଗାଁ ଦେବବ୍ରତ ରାଉଳ (୨୧) ଗୁରୁତର ହୋଇ ପ୍ରଥମେ ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତୀ ହୋଇଥିଲେ । ପରିସ୍ଥିତି ଜଟିଳ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା