ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନକୁ ଦିନ ଲୁଟେରାମାନଙ୍କ ଆତଙ୍କ ବଢୁଥିବାରୁ ପୋଲିସକୁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଜି ଅପରାହ୍ନରେ ୬୦ନଂ ଜାତୀୟ ରାଜପଥ ଏକତାଳିଠାରେ ପଶ୍ଚିମବଙ୍ଗର ବିସିପୁରରୁ ନିଜ ଘର ଭଦ୍ରକ ଜିଲ୍ଲା ଗୁଜିଦରଡା ଅଞ୍ଚଳକୁ ଫେରୁଥିବା ୬ଜଣ ମାଛ ବେପାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ସଙ୍ଗେ ସଙ୍ଗେ ଡ୍ରାଇଭରକୁ ନିସ୍ତୁକ ମାଡମାରି ଦୁର୍ବୁତ୍ତମାନେ ଫେରାର ହୋଇ ଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଏକ ବୋଲେର ଓଡି୦୪କେ-୧୩୧୯ ଯୋଗେ ୬ଜଣ ବ୍ୟବସାୟୀ ମାଛ ବିକ୍ରି କରି ଲକ୍ଷାଧିକ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଓଡିଶା ପଶ୍ଚିମବଙ୍ଗ ସୀମାନ୍ତରୁ ଏକ ସ୍କର୍ପିଓ ଗାଡି ସେମାନଙ୍କୁ ପିଛା କରୁଥିଲା । ଜଳେଶ୍ୱର ଥାନା ଅନ୍ତର୍ଗତ ଏକତାଳି ବାଇପାସରେ ଉକ୍ତ ବୋଲେରକୁ ସ୍କପିଓରେ ଥିବା ଦୁର୍ବୁତ୍ତମାନେ ଅଟକାଇଥିଲେ । ପରେ ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ଗାଡିକୁ ଭଙ୍ଗାରୁଜା କରିବା ସଙ୍ଗେ ସଙ୍ଗେ ୨ ରାଉଣ୍ଡ ଗୁଳି ଫୁଟାଇଥିଲେ । ସେମାନଙ୍କ ଠାରୁ ପ୍ରାୟ ୯ଲକ୍ଷ ୧୫ହଜାର ଟଙ୍କା ଲୁଟ କରିବା ସଙ୍ଗେ ସଙ୍ଗେ ସେମାନେ ପ୍ରତିବାଦ କରିବାରୁ ଡ୍ରାଇଭରକୁ ନିସ୍ତୁକ ମାଡ ମାରି ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବୋଲେର ଓ ୪ଜଣ ବ୍ୟବସାୟୀଙ୍କୁ ଥାନାକୁ ଆଣି ପଚାରା ଉଚରା କରିବା ସହିତ ଆଇ.ଆଇସି ପ୍ରଦୀପ କୁମାର ମାଝି ଛାନଭିନ ଆରମ୍ଭ କରିଛନ୍ତି । ଅନ୍ୟ ୨ଜଣ ବ୍ୟବସାୟୀ ଭୟରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା