ଜାତୀୟ ରାଜ ପଥରୁ ଏକ ବୃଦ୍ଧାକୁ ଉଦ୍ଧାର କରି ଜି.କେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କଲେ ବିଜୁ ଯୁବ ବାହିନୀ ସଂଯୋଜକ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ୬୦ ନମ୍ବର ଜାତୀୟ ରାଜପଥ ଜମାଳପୁର ବାଇପାଶରେ ଜଣେ ୬୮ ବର୍ଷର ବୃଦ୍ଧା ସନ୍ଧ୍ୟା ୭ ଟା ସମୟରେ ବସି କାନ୍ଦୁ ଥିବା ଖବର ପ୍ରସାରିତ ହେବା ପରେ, ଜଳେଶ୍ଵର ବିଜୁ ଯୁବ ବାହିନୀ ସଂଯୋଜକ କାଳୀଚରଣ ଦାସ ଶୁଣିବାକୁ ପାଇ ସଙ୍ଗେ ସଙ୍ଗେ କେତେଜଣ ଯୁବକଙ୍କୁ ନେଇ ଜାତୀୟ ରାଜ ପଥରେ ପହଞ୍ଚିଥିଲେ । ତାର ପରିଚୟ ପଚାରିବାରୁ ସେ ତା’ର ନାମ-ମନହର ବିବି ସ୍ଵାମୀ-ୟାସିମ ଖାଁ, ଗ୍ରାମ ପାଣିଷଣ୍ଡା ଓ ଥାନା ଭୋଗରାଇ ବୋଲି କହିଥିଲେ ଏବଂ ପିଲାପିଲି ନ ଥିବାରୁ ପୁତୁରା ପାଖରେ ରୁହନ୍ତି । ଘର ଲୋକ ସବୁ ସମୟରେ ମାରପିଟ କରନ୍ତି ବୋଲି କହିଥିଲେ । ଘଟଣାଟି ଥିଲା ଏକ ହୃଦୟ ବିଦାରକ । କାରଣ ପରିବାର ଲୋକଙ୍କ ଠାରୁ ମାଡ଼ ଯନ୍ତ୍ରଣା ଖାଇ ଦୀର୍ଘ ୪ ଦିନ ଧରି ଚାଲି ଚାଲି ଆସି ପହଞ୍ଚି ଥିଲେ ଜାତୀୟ ରାଜ ପଥ ଜମାଳପୁର ବାଇ ପାଶ ପାଖରେ । ଦେହରେ ମାଡ଼ ଚିହ୍ନ ଯେତିକି କଷ୍ଟ ନ ଥିଲା, ସେତିକି କଷ୍ଟ ଥିଲା ତାଙ୍କର ପେଟର ଭୋକ । ସଙ୍ଗେ ସଙ୍ଗେ କାଳିଚରଣ ଦାସ ବୃଦ୍ଧାଟିକୁ ଖାଇବାକୁ ଦେଇ, ସାଙ୍ଗରେ ଥିବା ଯୁବକ ମାନେ ଜି.କେ ଭଟ୍ଟର ହସପିଟାଲ ଜଳେଶ୍ଵରକୁ ନେଇ ଯାଇ ଭର୍ତ୍ତି କରାଇ ଫୋନ ଯୋଗେ ଜଳେଶ୍ଵର ଏସ.ଡି.ପି.ଓ, ଭୋଗରାଇ ତହସିଲଦାର ଓ ସେଠାକାର ସରପଞ୍ଚ ରାଜୀବ ତୋଳାଙ୍କୁ ଜଣାଇ ଥିଲେ ଏବଂ ସରପଞ୍ଚ ସକାଳେ ତାଙ୍କ ପରିବାର ଲୋକଙ୍କୁ ସାଙ୍ଗରେ ଧରି ବୃଦ୍ଧାଙ୍କୁ ନେଇ ଯିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । କିନ୍ତୁ ଆଜି ଅପରାହ୍ନ ସୁଦ୍ଧା କେହି ଆସି ନ ଥିବାରୁ ସେଠାକାର ସରପଞ୍ଚଙ୍କୁ ଫୋନ କରିବାରୁ ସେ କହିଲେ ବୃଦ୍ଧାଟିର ମସ୍ତିଷ୍କ ବିକୃତି ଥିବାରୁ ସେ ଏପରି ମିଥ୍ୟା କଥା କହି ଥାଇ ପାରନ୍ତି, ଏବେ ଗାଡ଼ି ନେଇ ତା’ର ପୁତୁରା ଆଣିବାପାଇଁ ମୁଁ ପଠେଇଛି । ଶ୍ରୀ ଦାସଙ୍କ ସହିତ ଚନ୍ଦନ କର, ମନୋଜ କୁମାର ପ୍ରଧାନ, ଗୌତମ ନାୟକ, ଦୂର୍ଗାଶଙ୍କର ଜେନା, ରାଜ ଅଜିତ କୁମାର, ସୁବ୍ରତ ଡି ବେହେରା ଓ ତପନ କୁମାର ଦାସ ପ୍ରମୁଖ ଯୁବକଙ୍କ ସହଯୋଗରେ ହସପିଟାଲ କୁ ନେଇ ଚିକିତ୍ସା କରାଇ ଥିଲେ । ବିଜୁ ଯୁବ ବାହିନୀ ସଂଯୋଜକ କାଳି ଚରଣ ଦାସ ଏହି ବୃଦ୍ଧାକୁ ଉଦ୍ଧାର ସହିତ  ଡାକ୍ତରଖାନାରେ ଭର୍ତ୍ତି କରି ଥିବାରୁ ଜନସାଧାରଣ ପ୍ରଶଂସା କରିଛନ୍ତି ।  

ରିପୋର୍ଟ : ଭୂପତି କୁମାର ପରିଡା