ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ବ୍ରହ୍ମପୁର ସହରରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଛକରେ ଏକ ବାଇକ ରାଲିକୁ ସବୁଜ ପତାକା ଦେଖାଇ ଲୋକମାନଙ୍କୁ ସଚେତନତା କରାଇଥିଲେ । ଏହା ପରିପ୍ରେକ୍ଷୀରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ବିଭାଗ ପକ୍ଷରୁ ସଚେତନତା ରାଲି ଆୟୋଜିତ କରାଯାଇଥିଲା । ଦୁର୍ଘଟଣା ରୋକିବା ଏବଂ ଜନସାଧାରଣଙ୍କୁ ସଡକ ସୁରକ୍ଷା ନେଇ ସଚେତନତା କରାଯାଇଛି । ଗାଡି ଚାଳକମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ପୁରୁଣା ବସଷ୍ଟାଣ୍ଡରେ ସୂଚନା ଦିଆଯାଇଛି । ଅମାନିଆ ବାଇକ ଚାଳକଙ୍କୁ ଗୋଲାପ ଫୁଲ ପ୍ରଦାନ କରାଯାଇ ସଡ଼କ ସୁରକ୍ଷା ସଚେତନତା କରାଯାଇଥିଲା । ଏହି ବାଇକ ରାଲିରେ ବ୍ରହ୍ମପୁର ସହରର ସମସ୍ତ ବାଇକ ଶୋରୁମ ଟିଭିଏସ, ହୋଣ୍ଡା, ସୁଜୁକି, ହିରୋ, ୟାମାହାଁର ପ୍ରଭୃତି କର୍ମଚାରୀଗଣ ଓ ଟ୍ରାଫିକ କନଷ୍ଟେବଳ ମାନଙ୍କୁ ନେଇ ବାଇକ ରାଲି କରାଯାଇଥିଲା । ସେହିପରି ଏକ ପଥପ୍ରାନ୍ତ ନାଟକ ‘ଯମ ହାତରେ ଜୀବନ’ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି । ସେହିପରି ବୈଦ୍ୟନାଥପୁର ପୋଲିସ ଷ୍ଟେସନର କମାପଲ୍ଲୀ ଛକ ଠାରେ ମଧ୍ୟ ନାଟକ ମାଧ୍ୟମରେ ଓ ହେଲମେଟ ପିନ୍ଧି ନ ଥିବା ବାଇକ ଚାଳକଙ୍କୁ ଗୋଲାପ ଫୁଲ ଉପହାର ଦେଇ ସଚେତନତା କରାଯାଇଛି । ବ୍ରହ୍ମପୁର ଟ୍ରାଫିକ ପୋଲିସ ଓ ଜିଲ୍ଲା ପରିବହନ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଟ୍ରାଫିକ ଡ଼ିଏସପି ବିମଲ କାନ୍ତ ନାୟକ, ବୈଦ୍ୟନାଥପୁର ପୋଲିସ ଷ୍ଟେସନ ଆଇଆଇସି ଶାରଦା ପ୍ରସାଦ ଦାସ ଓ ଟ୍ରାଫିକ କନଷ୍ଟେବଳ ଏବଂ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହି ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବ୍ରହ୍ମପୁର ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା