

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଓଡିଶା ରାଜ୍ୟ ପରିବହନ କାର୍ଯ୍ୟାଳୟ ବ୍ରହ୍ମପୁର ଠାରେ ଜିଲ୍ଲା ପରିବହନ ବିଭାଗ ତରଫରୁ ଓଏସଆରଟିସି (OSRTC) କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଛି । ସେହପରି ସିଟି ବସ ଷ୍ଟାଣ୍ଡରେ ମଧ୍ୟ ଓଏସଆରଟିସି (OSRTC) କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଗଣା ଚକ୍ଷୁ ପରୀକ୍ଷା କରାଯାଇଛି । ଏହି ଚକ୍ଷୁ ଶିବିରରେ ଡ଼.ସୁଧର୍ମ ଚନ୍ଦ୍ର ପାତ୍ର ଚକ୍ଷୁ ବିଶେଷଜ୍ଞ ସିଟି ହସ୍ପିଟାଲ ଓ ବ୍ରହ୍ମପୁରର ଡ଼.ତପନ କୁମାର ପାତ୍ର ଚକ୍ଷୁ ସହାୟକ ବିଶେଷଜ୍ଞ ରହି କର୍ମଚାରୀଙ୍କୁ ପରୀକ୍ଷା କରିଥିଲେ । ଏହି ଚକ୍ଷୁ ଶିବିରରେ ରବୀନ୍ଦ୍ର କୁମାର ବେହେରା ଅତିରିକ୍ତ ପରିବହନ ମ୍ୟାନେଜର, ବ୍ରହ୍ମପୁର, ସନ୍ୟାସୀ କୋଠିଆ, ଆର.ଏନ.ସମର୍ଥ, ଧିରେନ ଦାସ, ବଳରାମ ଚୌଧୁରୀ, ହେମନ୍ତ କୁମାର ମହାନ୍ତି ଓଡ଼ିଶା ରାଜ୍ୟ ପରିବହନ ବିଭାଗ କାର୍ଯ୍ୟାଳୟର ବହୁ କର୍ମଚାରୀ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ ବୋଲି ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
