ଜାତୀୟ ସମର ଶିକ୍ଷାର୍ଥୀ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶରେ ନଭେମ୍ବର ୨୫ ତାରିଖ ଜାତୀୟ ସମର ଶିକ୍ଷାର୍ଥୀ (ଏନ୍.ସି.ସି.) ଦିବସ ପାଳନ କରାଯାଉଥିବା ବେଳେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତକାଲି ବିଦ୍ୟାଳୟର ସି.ଟି.ଓ ହରେକୃଷ୍ଣ ଜେନାଙ୍କ ତତ୍ୱବଧାନରେ ସମର ଶକ୍ଷାର୍ଥୀ ବାହିନୀ ତରଫରୁ ଏକ ପ୍ୟାରେଡ ସହର ପରିକ୍ରମା କରି ବିଦ୍ୟାଳୟକୁ ଆସିଥିଲା । ଜଳେଶ୍ୱର ଆଇ.ଆଇ.ସି ପ୍ରଦୀପ କୁମାର ମାଝୀ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହା ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀକାନ୍ତ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟ କମିଟିର ସଭାପତି ଡଃ. ଈଶ୍ୱର ବନ୍ଦ୍ର ଜେନା, ସମାଜସେବୀ କମଳ ଚକ୍ରବର୍ତ୍ତୀ, ଅଶୋକ କୁମାର ଦାସ, ବିରଞ୍ଚି ନାରାୟଣ ଭୂୟାଁ, ଜଗଦୀଶ ନନ୍ଦୀ, ପୂର୍ବତନ ଶିକ୍ଷକ ସୁଦର୍ଶନ ପ୍ରଧାନ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକମାନେ ଯୋଗଦେଇ ସମର ଶିକ୍ଷାତ୍ରୀବାହିନୀର ଐ୍ୟ, ଦାୟୀତ୍ୱ, କର୍ତ୍ତବ୍ୟ ଓ ଏହି ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜଳେଶ୍ୱର ଏସ୍.ଡି.ପି.ଓ ରାମଚନ୍ଦ୍ର ଗୈାଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଡଃ ଇଶ୍ୱର ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଶିକ୍ଷକ ସୁଦର୍ଶନ ପ୍ରଧାନଓ ସମାଜ ସେବୀ ପ୍ରତୀପ ପ୍ରଧାନ ଯୋଗଦେଇ ସମର ଶିକ୍ଷାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଛାତ୍ରୀ ବନ୍ଦୀତା ଜେନା, ପ୍ରଜ୍ଞାପାରମିତା ପରିଡା ଏବଂ ଛାତ୍ର ଉମା ଶଙ୍କର ଜେନା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ହରେକୃଷ୍ଣ ଜେନା ବାର୍ଷିକ ବିବରଣି ପାଠ କରିଥିଲେ । ଶେଷରେ ବିଦ୍ୟାଳୟର ସି.ଟି.ଓ ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡ଼ା