ଜାତୀୟ ସାମ୍ବାଦିକ ୟୁନିଅନ (ଏନ୍‌ୟୁଜେଆଇ) ଓଡ଼ିଶା ଶାଖାର ସଭାପତି ଭାବେ ମନୋନୀତ ହେଲେ ବରିଷ୍ଠ ସାମ୍ବାଦିକ ରବି ରଥ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ଜାତୀୟ ସାମ୍ବାଦିକ ୟୁନିଅନ (ଏନୟୁଜେଆଇ) ଓଡ଼ିଶା ଶାଖାର ସଭାପତି ଭାବେ ମନୋନୀତ ହୋଇଛନ୍ତି । ଜାତୀୟ ସାମ୍ବାଦିକ ୟୁନିଅନର ସଭାପତି ଅଶୋକ ମଲ୍ଲିକ, ମହାସଚିବ ମନୋଜ ବର୍ମା ଓଡ଼ିଶା ଶାଖାର ସଭାପତି ରବି ରଥଙ୍କ ନେତୃତ୍ୱରେ ପୂର୍ଣ୍ଣାଙ୍ଗ କମିଟି ଘୋଷଣା କରିଛନ୍ତି । ଶ୍ରୀ ରଥ ୧୯୮୦ ମସିହାରୁ ଏନୟୁଜେଆଇର ଜଣେ ବରିଷ୍ଠ ସଦସ୍ୟ ଭାବେ କାର୍ଯ୍ୟ କରି ଏନୟୁଜେଆଇର ଉପସଭାପତି, ସମ୍ପାଦକ, ଓଡ଼ିଶା ଶାଖାର ସଭାପତି ଓ ସାଧାରଣ ସମ୍ପାଦକ ଭଳି ସମସ୍ତ ପଦବୀରେ ଦୀର୍ଘଦିନ ଧରି ବେଶ ଦକ୍ଷତାର ସହ କାର୍ଯ୍ୟ କରି ଓଡ଼ିଶା ଶାଖାକୁ ସକ୍ରିୟ ଶାଖା ଭାବେ ପରିଗଣତ କରିଥିଲେ । ଅନ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଉପସଭାପତି ଭାବେ ହେମନ୍ତ କୁମାର ମହାପାତ୍ର (ସମ୍ବଲପୁର), ଅଗୁନ ମହନ୍ତ (କେଉଁଝର), ଦୀପକ କୁମାର ପୃଷ୍ଟି (ରାୟଗଡ଼ା), ଗିରିଧାର ଲାଲ ଷଡ଼ଙ୍ଗୀ (ଭୁବନେଶ୍ୱର) ନିଯୁକ୍ତି ପାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଲଲିତ ମୋହନ ମିଶ୍ର (ଭୁବନେଶ୍ୱର) ରହିଛନ୍ତି । ସଂଗଠନ ସମ୍ପାଦକ ଭାବେ ଦେବାଶିଷ ମିଶ୍ର (ଭୁବନେଶ୍ୱର), ସମ୍ପାଦକ ଭାବେ ଚିତ୍ତ ରଞ୍ଜନ ସ୍ୱାଇଁ (ପାରାଦୀପ), ଗରୁଡ଼ଧ୍ୱଜ ଚୌଧୁରୀ (ଗଜପତି), ଧୀରେନ ସ୍ୱାଇଁ (ଭୁବନେଶ୍ୱର), କୋଷାଧ୍ୟକ୍ଷ ଭାବେ ବିଜୟ ମିଶ୍ର (ଭୁବନେଶ୍ୱର) ରହିଛନ୍ତି । ଏନୟୁଜେଆଇର ସର୍ବଭାରତୀୟ ଉପସଭାପତି ଭାବେ ପଶ୍ଚିମ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାନ୍ତିଙ୍କୁ ପୂର୍ବାଞ୍ଚଳ ପାଇଁ ମନୋନୀତ ହୋଇଛନ୍ତି । ସଭାପତି ଶ୍ରୀ ରଥ ଏହି ନିଯୁକ୍ତି ପାଇବା ପରେ ଓଡ଼ିଶାର ସାମ୍ବାଦିକମାନଙ୍କ ସୁରକ୍ଷା, ଓଡ଼ିଶାରେ ସାମ୍ବାଦିକ ପେନସନ ଆଇନ ଲାଗୁ କରିବା, ସାମ୍ବାଦିକମାନଙ୍କ ମୌଳିକ ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାର ୩୦ଟି ଜିଲ୍ଲାରେ ଜିଲ୍ଲା କମିଟି ଗଠନ ପରେ ମଇ ୧ ଶ୍ରମିକ ଦିବସରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଯେଉଁଥିରେ କେନ୍ଦ୍ରୀୟ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

4 thoughts on “ଜାତୀୟ ସାମ୍ବାଦିକ ୟୁନିଅନ (ଏନ୍‌ୟୁଜେଆଇ) ଓଡ଼ିଶା ଶାଖାର ସଭାପତି ଭାବେ ମନୋନୀତ ହେଲେ ବରିଷ୍ଠ ସାମ୍ବାଦିକ ରବି ରଥ…

  1. Congratulation to Ravi Babu as our Union president and hope Union will be more strong enough than previous. Well come. Pradipta Kumar sahoo, kendrapara. Correspondent orissa Today English Daily Newspaper.

  2. Congratulation to Ravi Babu as our Union president and hope Union will be more strong enough than previous. Well come. Pradipta Kumar sahoo, kendrapara. Correspondent orissa Today English Daily Newspaper.

Comments are closed.