

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ଜାତୀୟ ସେବା ଯୋଜନା ଶାଖା-୧ ତରଫରୁ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ସ୍ଵେଚ୍ଛାସେବୀ ଓ ମହାବିଦ୍ୟାଳୟ କର୍ମଚାରୀ ମାନେ ସାମାଜିକ ଦୂରତା ଓ ମାକ୍ସ ପିନ୍ଧି କୋଭିଡ୍ ନିୟମ ମାନି ପତକା ପିଠ ନିକଟରେ ଉପସ୍ଥିତ ହୋଇଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଜୟ ଦେବ ଗୌଡ ଜାତୀୟ ସେବା ଯୋଜନା ପତାକା ଉତ୍ତୋଳନ କରିବା ସହିତ ସ୍ଵେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏହାପରେ ପତାକା ପିଠ ନିକଟରେ ଏକ ସଚେତନତା ସଭା ହୋଇଥିଲା । ଏହି ସଭାରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଜୟ ଦେବ ଗୌଡ ସଭାପତିତ୍ବ କରିଥିବା ବେଳେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ପ୍ରାଧ୍ୟାପକ ଲୋକନାଥ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏହି ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବୁଝାଇ ଥିଲେ । ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ସୁନିଲ କୁମାର ମୁନି, ପ୍ରାକ୍ତନ ଯୋଜନା ଅଧିକାରୀ ଯୋଗ ଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ନିଜର ଅତୀତର ସମାଜ ସେବା ଅନୁଭୂତି ବିଷୟରେ ବାଖ୍ୟା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସୁନିର କାନ୍ତ ମିଶ୍ର ପରିଚାଳନା କରିଥିଲେ । ଶେଷରେ ସରୋଜ କୁମାର ନାୟକ, ପୁରାତନ ସ୍ଵେଚ୍ଛାସେବୀ ତଥା ମହାବିଦ୍ୟାଳୟ ଡି.ଇ.ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଚନ୍ଦନ ବିଶ୍ଵାଳ, ଗୋପାଳ ନାୟକ, ବିଶ୍ଵ ଭୂଷଣ ସାହୁ, ନନ୍ଦନ ବିଶ୍ଵାଳ, ଫକୀର ମୋହନ ସେନାପତି ଓ ଅଶୋକ ବାରିକ ସହଯୋଗ କରିଥିଲେ ।


