ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି, ଶ୍ରମିକ ମାରଣ ନୀତି, ଦରଦାମ ବୃଦ୍ଧି, କର୍ପୋରେଟ ସ୍ୱାର୍ଥରେ ଶ୍ରମ ଆଇନ ସଂଶୋଧନ, ଟ୍ରେନ ୟୁନିଅନ ଅଧିକାର ଉପରେ ଆକ୍ରମଣ, ରାଷ୍ଟ୍ରାୟତ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ବ୍ୟାଙ୍କଗୁଡିକ ମିଶ୍ରଣ କରିବା ଓ ଘରୋଇକରଣକୁ ବିରୋଧ କରିବା, ବିଭିନ୍ନ ଯୋଜନାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ, ସର୍ବନିମ୍ନ ମାସିକ ମଜୁରୀ ୧୮ ହଜାର ଟଙ୍କା ପ୍ରଦାନ, ସର୍ବନିମ୍ନ ପେନସନ ମାସିକ ୬ ହଜାର ଟଙ୍କା ପ୍ରଦାନ, ବେକାରୀ ସମସ୍ୟା ଦୂର କରିବା ଓ ସମସ୍ତ ସ୍ତରର ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଦାବି କରି ଦେଶର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ କର୍ମଚାରୀ ମହାସଂଘ ସମୂହ ମିଳିତ ଆହ୍ୱାନରେ ଜାନୁଆରୀ ୮ ଓ ୯ ଦୁଇଦିନ ଧରି ୪୮ ଘଂଟିଆ ସାଧାରଣ ଧର୍ମଘଟର ଆହ୍ୱାନ ଦେଇଛନ୍ତି ।ଏହି ଦାବିଗୁଡିକୁ ସମର୍ଥନ କରି ଅନୁଷ୍ଠିତ ହେଉଥିବା ସାଧାରଣ ଧର୍ମଘଟକୁ ଓଡ଼ିଶା ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରାଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ସଂଶ୍ଳିଷ୍ଟ ସମସ୍ତ ସଂଗଠନ ଏହି ଧର୍ମଘଟରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବାକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ ଶ୍ରୀ ସୁବାସ ସିଂହ ନିବେଦନ କରିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର