ରାୟଗଡା (ସମୃଦ୍ଧ ଓଡିଶା) ଜାପାନରେ ଚମକୁଛନ୍ତି ରାୟଗଡା ପୁଅ ଆଦିତ୍ୟ କୁମାର ପାଢୀ । ଅଣ୍ଟି ଇନ୍ଫୁଏନଜାଲ ଔଷଧ ୟୁମିଫେନୋଭିର ଗବେଷଣା ଟିମର ସଦସ୍ୟ ରୂପେ ଔଷଧର ବ୍ୟବହାରିକ ପ୍ରୟୋଗ ଚଳାଇଥିବା ଜଣାପଡିଛି । ତେବେ ଏହି ଔଷଧ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟରେ ସକାରତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥିବାରୁ ଏହା ମହାମାରୀ ଚିକିତ୍ସା ପାଇଁ ଫଳପ୍ରଦ ହେବ ବୋଲି ଆଶଙ୍କା କରାଯାଇଥିବା ଶ୍ରୀ ପାଢୀ ସୂଚନା ଦେଇଛନ୍ତି । ସମଗ୍ର ବିଶ୍ୱରେ ମହାମାରୀର ପ୍ରତିଷେଧକ ମୂଳକ ଔଷଧ ଓ ଭ୍ୟାକ୍ସିନ ଉଦଭାବନ ପାଇଁ ସବୁ ରାଷ୍ଟ୍ର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟପକ୍ଷେ ସମଗ୍ର ଗବେଷକ ଓ ଚିକିତ୍ସା ବୈଜ୍ଞାନିକ କରୋନା ମହାମାରୀର ସଫଳତମ ଚିକିତ୍ସା ପାଇଁ ପୂର୍ବରୁ ଭୂତାଣୁ ବାହାକ ରୋଗରେ ବ୍ୟବହୃତ ଚିକିତ୍ସା ପଦ୍ଧତି ଓ ଔଷଧକୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାରରେ ଆଣିବା ଓ ବିନା ପାଶ୍ୱର୍ ପ୍ରତିକ୍ରିୟାରେ ସେ ଔଷଧ ମହାମାରୀ ଚିକିତ୍ସାରେ ବ୍ୟବହୃତ ହୋଇପାରିବ ସେ ନେଇ ଗବେଷକ ଗବେଷଣା ଜାରି ରଖିଛନ୍ତି । ଅନୁରୂପ ଦକ୍ଷିଣ ଓଡିଶାର ଆଦିବାସୀ ଅଧ୍ୟୁଷିତ କୁହାଯାଉଥିବା ରାୟଗଡା ଜିଲାର ଜଣେ ପୁଅ ଆଦିତ୍ୟ କୁମାର ପାଢୀଙ୍କ ସମେତ ଆଇଆଇଟି ଭୁବନେଶ୍ୱରରେ ଅଧ୍ୟନରତ୍ତ ଅନିରୁଦ୍ଧ ସିଲ ଓ ନର୍ଥଇଷ୍ଟ ହିଲ ବିଶ୍ୱିଦ୍ୟାଳୟ ସହକାରୀ ଅଧ୍ୟାପକ ତିମିର ତ୍ରିପାଠୀଙ୍କ ଏକ ତିନିଜଣିଆ ଗବେଷକ ଟିମ ଜାପାନର ରିକେନ ନାମକ ସୁକ୍ଷ୍ମ ଜୀବାଣୁ ପ୍ରୟୋଗ ବିଜ୍ଞାନ ସଂସ୍ଥାରେ ମହାମାରୀ ଚିକିତ୍ସା ପାଇଁ ୟୁମିଫେନୋଭିର ଔଷଧର ସକାରାତ୍ମକ ପରୀକ୍ଷଣ ସାରି ଏକ ନିବନ୍ଧ ପ୍ରଦନ କରିଥିବା ଜଣାପଡିଛି । ଚାଇନା ଓ ରୁଶିଆ ସରକାର ୟୁମିଫେନୋଭିର ନାମକ ଔଷଧକୁ ମହାମାରୀ ରୋଗରେ ଆକ୍ରାନ୍ତଙ୍କୁ ଚିକିତ୍ସା ସକାଶେ ଏହି ଔଷଧ ପ୍ରୟୋଗ କରୁଥିବାବେଳେ ଏହା ମନୁଷ୍ୟଙ୍କ ସ୍ୱାସ୍ଥ୍ୟରେ କିଭଳି କାର୍ଯ୍ୟ କରୁଛି ସେ ନେଇ ଡା.ପାଢୀ ଓ ତାଙ୍କ ଟିମ ଗବେଷଣା ମାଧ୍ୟମରେ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ସହସ୍ତାନ୍ତର କରିଥିବା ସେ ସୂଚନା ଦେଇଛନ୍ତି । ଏହି ଔଷଧର ବ୍ୟବହାରିକ ପରୀକ୍ଷଣ ନହୋଇଥିଲେ ମଧ୍ୟ ସୁପର କମ୍ପ୍ୟୁଟରର୍ସ ଯୋଗେ ୟୁମିଫେନୋଭିର ଔଷଧ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟରେ କିଭଳି ସକାରତ୍ମ କାର୍ଯ୍ୟ କରୁଛି । ସେ ନେଇ ଲ୍ୟାବରେ ଗବେଷଣା ହୋଇସାରିଥିବା ଡା.ପାଢୀ ପ୍ରକାଶ କରିଛନ୍ତି । ଏହି ଔଷଧ ପ୍ରୟୋଗ ଫଳରେ କୋଭିଡ୍ ଭୂତାଣୁ ପୁଷ୍ଟିସାର ଓ ଆକ୍ରାନ୍ତଙ୍କ ରୋଗୀଙ୍କ କୋଷିକାରେ ଥିବା ପୁଷ୍ଠିସାର ଉଭୟ ମଧ୍ୟରେ ବନ୍ଧନ ସୃଷ୍ଟି ହେଉନଥିବା ଲକ୍ଷ କରାଯାଇଥିବା ସେ କହିଛନ୍ତି । ଚାଇନା ଓ ରୁଶ ସରକାର ଦେଶରେ ୟୁମିଫେନୋଭିର ଔଷଧକୁ କରୋନା ଚିକିତ୍ସା ପାଇଁ ଅଧିକୃତ ଅନୁମତି ପ୍ରଦାନ କରିସାରିଛନ୍ତି । ଯାହାଫଳରେ ସେଠାରେ ଅନ୍ୟ ଦେଶ ଅପେକ୍ଷା ସଂକ୍ରମଣ ଓ ଆକ୍ରାନ୍ତଙ୍କ ମୃତ୍ୟ କମ ହୋଇଛି । ତେଣୁ ଭାରତ ସରକାରଙ୍କ ସମେତ ଜାପନରେ ମଧ୍ୟ ଏହି ଔଷଧକୁ ବ୍ୟବହାରରେ ଆଣିବାକୁ ସରକାର ଯୋଜନା ଚାଳାଇଥିବାବେଳେ ଏହା ପୂର୍ବରୁ ବ୍ୟବହାରିକ ପ୍ରମାଣିକ ହାସଲ ପାଇଁ ଦୁନିଆର ବିଭିନ୍ନ ପ୍ରାନ୍ତର ସୁକ୍ଷ୍ମ ଜୀବାଣୁ ପ୍ରୟୋଗ ବିଜ୍ଞାନ ଲ୍ୟାବମାନଙ୍କରେ ପରୀକ୍ଷା ନିରୀକ୍ଷା ଜାରି ରହିଥିବା ସେ କହିଛନ୍ତି । ଏହି ଔଷଧଟି ଭାରତରେ ଇଣ୍ଡିଆନ ଡ୍ରଗ ରିସର୍ଚ୍ଚ ଇନଷ୍ଟିଚୁଟ୍ ଠାରେ କ୍ଲିନିକାଲ ଟ୍ରାଏଲର ତୃତୀୟ ଷ୍ଟେଜରେ ପହଞ୍ଚିସାରିଛି । ତେବେ ଏହା ତୃତୀୟ ପର୍ଯ୍ୟାୟରେ ଉତ୍ତିର୍ଣ୍ଣ ହେଲା ପରେ ଦେଶରେ କରୋନା ମହାମାରୀ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହା ବ୍ୟବହାର ନିମନ୍ତେ ସରକାରଙ୍କୁଠୁ ଆବଶ୍ୟକ ସିକୃତି ମିଳିପାରିବ ବୋଲି ଡା. ପାଢୀ ସୂଚନା ଦେଇଛନ୍ତି । ଅନୁରୂପ ଜାପାନରେ ମଧ୍ୟ ଏହି ଔଷଧକୁ ଅତିଶିଘ୍ର ବ୍ୟବହାରକୁ ଆଣାଯିବ ବୋଲି ସେ କହିଛନ୍ତି । ରାୟଗଡା ସହର ଗୋଦାବରିଶ ନଗରଠାରେ ବସବାସ କରୁଥିବା ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ରହିଥିବା ଅବସରପ୍ରାପ୍ତ କର୍ମଚାରୀ ଜଗନ୍ନାଥ ପାଢୀ ଓ ପ୍ରେମଲତା ପାଢୀଙ୍କ ଏକମାତ୍ର ପୁତ୍ର ସନ୍ତାନ । ନିଜ ପ୍ରାରମ୍ଭିକ ଶିକ୍ଷା ରାୟଗଡା ସହରର ସରକାରୀ ବିଦ୍ୟାଳୟରେ ହାସଲ କରିଥିଲେ । ପରେ ୨୦୦୫ମସିହାରେ ଯୁକ୍ତ ଦୁଇ ରାୟଗଡା ସ୍ୱାସଂ ଶାସିତ ମହାବିଦ୍ୟାଳୟରେ ଶେଷ କରି ସହର ଉପଖଣ୍ଡ ସ୍ଥିତି ଏକ ଘରୋଇ ବୈଶୟିକ ଶିକ୍ଷାନୁଷ୍ଠାନରେ ବାୟୋଟେକ୍ନୋଲୋଜି ବିଷୟରେ ୨୦୦୯ମସିହାରେ ସ୍ନାତକ ହାସଲ କରିଥିଲେ । ଏହାପରେ ୨୦୧୦ମସିହାରେ ଶ୍ରୀ ପାଢୀ, ରାଜଧାନୀ ଦିଲ୍ଲୀରୁ ଭାରତୀୟ ପ୍ରଯୁକ୍ତି ବିଦ୍ୟା ଶିକ୍ଷାନୁଷ୍ଠାନରୁ ସମ୍ପ୍ରତି ବିଷୟରେ ପିଏଚଡି ହାସଲ କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ଜାପାନର ୟୋକୋହମା ସହରରେ ପ୍ରତିଷ୍ଠିତ ସୁକ୍ଷ୍ମ ଜୀବାଣୁ ପ୍ରୋୟିଗକ ସଂସ୍ଥା ‘ରିକେନ’ ରେ ନିୟୁରୋ ଡିଜେନେରେଟିଭ ଡିସଅର୍ଡର (କ୍ୟାନ୍ସର) ରୋଗ ଉପରେ ସେ ଗବେଷକ ରୂପେ ୨୦୧୬ମସିହାରେ ଯୋଗଦେଇଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ