ଜାମ୍ମୁକାଶ୍ମୀରବାସୀଙ୍କୁ ତାଙ୍କର ସ୍ୱାଧୀନତା ଫେରାଇ ଦିଆଯାଉ : ସିପିଏମ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମର ସଜ୍ଜା କରି କୌଣସି ଦେଶରେ ଆତଙ୍କବାଦକୁ ଖତମ କରାଯାଇପାରିନାହିଁ । ଏହା ହୋଇଥିଲେ ବ୍ରିଟିଶ ତାର ମିଲାଟାରି ଶାସନଦ୍ୱାରା ଭାରତକୁ ଆଜି ପର୍ଯ୍ୟନ୍ତ କବଳିତ କରିପାରିଥାନ୍ତା । ଏବେ ଜାମ୍ମୁକାଶ୍ମୀରରେ ଯିଏ ସମ୍ବିଧାନ ଓ ଗଣତନ୍ତ୍ର କଥା କହିବ ତାକୁ ଦେଶଦ୍ରୋହି ବା ଆତଙ୍କବାଦୀ ଆଖ୍ୟା ଦିଆଯାଇ ଅଶ୍ୱାଭାବିକ୍ ପରିସ୍ଥିତି କେନ୍ଦ୍ର ସରକାର ସୃଷ୍ଟି କରୁଛି ବୋଲି ଆଜି ସିପିଏମର ଲୋକାଲ କମିଟି ପକ୍ଷରୁ ଆହୁତ ଏକ ପଥପ୍ରାନ୍ତ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଜାମ୍ମୁକାଶ୍ମୀରରେ ୧୪୪ ଧାରା ଜାରୀ କରି ଯୋଗାଯୋଗର ସମସ୍ତ ବ୍ୟବସ୍ଥାକୁ ବିଚ୍ଛିନ୍ନ କରି ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କ ସହିତ ରାଜନେତାଙ୍କୁ ଗିରଫଡ କରି ବିଧିବିଧାନ ଓ ସମ୍ବିଧାରନକୁ ପଦଦଳିତ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆମ୍ବାନୀ ଓ ଆଦାନୀ ଭଳି ବୃହତ୍ କମ୍ପାନୀମାନେ ଦେଶଣରେ ମୁଣ୍ଡ ଟେକୁଥିବା ବେଳେ ଗରିବ, ଖଟିଖିଆ ମେହେନତିର ମଣିଷ ଦୁଃଖ ବଢିବଢିଚାଲିଛି ବୋଲି ସିପିଏମ୍ ଲୋକାଲ କମିଟି ସଂପାଦକ ଦିଲ୍ଲିପ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଶ୍ରମିକ ନେତା ପଲ୍ଟୁ ଦାସ, କୃଷକ ନେତା ସୀକାଂଶୁ ସେନାପତି, ସିପିଏମ୍ର ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ଦିପ୍ତିମାନ ଆଚାର୍ଯ୍ୟ, ଆଇନ୍ଜିବୀ ଜିତାଂଶୁ ନନ୍ଦୀ, ସରପଂଚ ଦିଲ୍ଲିପ ପରିଡା, ରବିନ୍ଦ୍ର ବାରିକ, ନରେନ୍ ସିଂ, କୁମାରକୃଷ୍ଣ କର ଓ କଳ୍ପିତା କର ପ୍ରମୁଖ ମତବ୍ୟକ୍ତ କରିଛନ୍ତି ।

ରିପୋର୍ଟ : ଭୁପିତ କୁମାର ପରିଡ଼ା