ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତର ସ୍ୱାଧୀନତା ଇତିହାସ ମଧ୍ୟରେ ଜାଲିୱାନା ହତ୍ୟାକାଣ୍ଡ ଏକ କଳଙ୍କମୟ ଇତିହାସ ସୃଷ୍ଟି କରିଛି । ମାନବିକତାର ସମସ୍ତ ସୀମାକୁ ଉଲଙ୍ଘନ କରି ଇଂରେଜମାନେ ଯେଉଁ ଘଟଣା ଭିଆଇଥିଲେ ତାହା ବିଶ୍ୱ ଇତିହାରେ ଏକ କଳାଦାଗ ସୃଷ୍ଟି କରିଛି ବୋଲି ଜଳେଶ୍ୱରରେ ସ୍ୱାଭିମାନ ମଞ୍ଚ ପକ୍ଷରୁ ଆୟୋଜିତ ତ୍ରୀରଙ୍ଗା ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ୧୯୧୯ ମସିହା ଜାଲିୱାନଦାବାଗ ଠାରେ ଏକ ଛୋଟ କୋଠରୀରେ ଶହ ଶହ ଲୋକଙ୍କୁ ଭର୍ତ୍ତି କରି ଇଂରେଜ ମାନେ ଯେପରି ନରସଂଘାର ଭିଆଇଥିଲେ ସେପରି ଏକ ଦିବସକୁ ନିନ୍ଦା କରିବାଲାଗି ସ୍ୱାଭିମାନ ମଞ୍ଚ ଏପରି ଏକ ଉତ୍ସବର ଆୟୋଜନ କରିଥିଲା । ଶିକ୍ଷକ ସିଦେ୍ଧଶ୍ୱର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ରଜବଲ୍ଲଭା ସାହୁ ଓ ମୁଖ୍ୟବକ୍ତାଭାବେ କଲେଜ ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ ଯୋଗ ଦେଇ ଜାଲିୱାନାବାଗ ହତ୍ୟାକାଣ୍ଡ ବିଶ୍ୱ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ମାନସ କୁମାର ପାଠୀ, ଫାଲଗୁନୀ ପାଣିଗ୍ରାହୀ, ସିଦେ୍ଧଶ୍ୱର ବେହେରା, ସୁବ୍ରତ ବେରା, ସମରେନ୍ଦ୍ର ପଣ୍ଡା ଓ ରବୀନ୍ଦ୍ର ପାତ୍ର ପରିଚାଳନା କରିଥିଲେ । ଏଥିରେ କୁନି କୁନି ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗୀତରେ ଭାଗ ନେଇଥିବା ବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା