ଜାଲ ଆଇ.ଏ. ସିର୍ଟିଫିକେଟ୍ ଦେଇ ପ୍ରଧାନ ଶିକ୍ଷକ ନିଳମ୍ବିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଶିକ୍ଷାଜିଲା ଅନ୍ତର୍ଗତ ଏକତାଳି ଗ୍ରାମରେ ଅବସ୍ଥିତ ବାଲୁକେଶ୍ୱର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତ୍ନାକର ଗିରି ନିଜର ଶିକ୍ଷାଗତ ଯୋଗ୍ୟତାରେ ଦେଇଥିବା ଆଇ.ଏ. ସାର୍ଟିଫିକେଟ୍ ନକଲି ବୋଲି ଜଣାପଡିବାପରେ ଚାକିରିରୁ ବହିସ୍କୃତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଶ୍ରୀ ଗିରି ଚାକିରି ସମୟରେ ଦେଇଥିବା ଆଇ.ଏ ସିର୍ଟିଫିକେଟ୍ଟି ନକଲି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସମାଜସେବୀ ନନିଗୋପାଳ ଦାସଙ୍କୁ ସୂଚନା ଆଇନ୍ ମୂଳେ ଅବଗତ କରିଥିଲେ । ୧୯୮୧ ମସିହାରେ ହୋଇଥିବା ଆଇ.ଏ ପରୀକ୍ଷାରେ ରତ୍ନାକର ଗିରିଙ୍କର ରେଲ ନମ୍ବର ୧୩୫୦୪୫ ଥିବା ବେଳେ ସେ ପାସ୍ ହୋଇ ନ ଥିଲେ । ତେଣୁ ଏହି ନିର୍ଦ୍ଦେଶ ପାଇବାପରେ ଜଳେଶ୍ୱର ବିଇଓ ପତ୍ର ସଂ-୩୫୯୩ ତା ୨୨-୧୧-୧୯ମୂଳେ ଶ୍ରୀ ଗିରିଙ୍କୁ ଚାକିରୀରୁ ବହିସ୍କୃତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଶ୍ରୀ ଗିରି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିବା ଅଭିଯୋଗରେ ଗ୍ରାମବାସୀମାନଙ୍କ ଦ୍ୱାରା ଧରାପଡି ଚାକିରୀରୁ ନିଳମ୍ବିତ ହୋଇଥିଲେ । ମାତ୍ର ସମାଜସେବୀ ଶ୍ରୀ ଦାସଙ୍କ କହିବାକଥା ଜାଲ ସାର୍ଟିଫିକେଟ୍ ଦେଇ ଦୀର୍ଘ ୩୦ବର୍ଷ ସରକାରୀ ଚାକିରୀ କରି ତହବିଲରୁ ଲକ୍ଷାଧିକ ଟଙ୍କା ହଡପ କରିବାପରେ ମଧ୍ୟ ତାଙ୍କ ବିରୋଧରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପୋଲିସରେ କାହିଁକି ଅଭିଯୋଗ ହେଉନାହିଁ । ସେ ଶାସକ ଦଳର ସମର୍ଥୀତ ବ୍ୟକ୍ତି ଥିବାରୁ ତାଙ୍କୁ ସୁରକ୍ଷାର ଦିଆଯାଉଛି ବୋଲି ସେ ଅଭିଯୋଗ କରିବା ସଂଗେ ସଂଗେ ତୁରନ୍ତ ତାଙ୍କୁ ଗିରଫ କରିବାପାଇଁ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା